ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକର ସେବା ସମବାୟ ସମିତିଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରଦୀପ କୁମାର ସାହୁଙ୍କ ପୌରହିତ୍ୟରେ ଶୁଭାରମ୍ଭ କରାଯାଇଛି। ଚଳିତ ୨୦୨୦-୨୧ ବର୍ଷ ନିମନ୍ତେ ଧାନକିଣା ନିମନ୍ତେ ଶ୍ରୀ ସାହୁ ସମସ୍ତ ଚାଷୀମାନଙ୍କୁ ଶୁଖିଲା, ବ୍ୟବସାୟ ଉପଯୋଗୀ, ଦୁର୍ଗନ୍ଧମୁକ୍ତ ସଫା ଧାନ ମଣ୍ଡିରେ ବିକ୍ରି କରିବା ପାଇଁ ଆଣି ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟର ସୁଯୋଗ ନେବା ପାଇଁ ଅନୁରୋଧ କରିଥିଲେ। ଏଥିରେ ଝାରସୁଗୁଡ଼ା ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଉମେଶ ଚନ୍ଦ୍ର ସ୍ବାଇଁ, ସହକାରୀ ଯୋଗାଣ ଅଧିକାରୀ ଶ୍ରୀ କୀର୍ତ୍ତନ ବେହେରା, ସହକାରୀ ନିବନ୍ଧକ ଶ୍ରୀମତୀ ରଶ୍ମିଲତା ବେହେରା, ଆରଏମସି ସମ୍ପାଦକ ତଥା ଲଇକେରା ଓ କିର୍ମିରା ବ୍ଲକର ଅନେକ ଚାଷୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.