ଭଞ୍ଜନଗର ( ନିଲୁ ବିଷୋୟୀ ) – ଭଞ୍ଜନଗର ଏନ.ଏ.ସି ରେ ଆରମ୍ଭ ହୋଇଛି “ମୋ ୱାର୍ଡ” ଅଭିଯାନ। ଏହି ଅବସରରେ ଏନ.ଏ.ସିର ୧୪ ନମ୍ବର ୱାର୍ଡ ଡେଭଲପମେଣ୍ଟ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଏନ.ଏ.ସି ପ୍ରଶାସକ ତଥା ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇ ୱାର୍ଡ କମିଟି ସଦସ୍ୟ ଓ ସ୍ଥାନୀୟ ଜନସାଧାରଣ ଙ୍କ ସହ ପରିମଳ ବ୍ୟବସ୍ଥା କୁ ସ୍ୱଚ୍ଛ ରଖିବା , ପାନୀୟ ଜଳ, ଡଷ୍ଟବିନ୍ ବ୍ୟବହାର ଓ ଆଲୋକିକରଣ ସମେତ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଏଥି ସହିତ ବୃକ୍ଷରୋପଣ ଓ ମୁକ୍ତାକାଶ ସ୍ଥାନକୁ ମନୋରଞ୍ଜନ ଉପଯୋଗୀ କରିବା ଉପରେ ଗୁରୁତ୍ୱ ଦେବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ। କାଯ୍ୟକ୍ରମ ରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ସମେତ ଏନ.ଏ.ସି କାଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.