ରାସ୍ତା କଡରେ ଅଲୋଡା ମା, ଅସହାୟ ଅବସ୍ଥାରେ ନିଷ୍ଠା ପରିବାର କଲା ଉଦ୍ଧାର 

0

 ବରଗଡ :- ଆଜି  ବରଗଡ ମାଷ୍ଟର ଟିକ୍ରାର ଜଣେ ଭାଇ  ନିଷ୍ଠା ପରିବାରକୁ ଫୋନ ଯୋଗେ ଜଣାଇଲେ ଜଣେ ୬୫ ବର୍ଷ ର ବୃଦ୍ଧା ତାଙ୍କ ପଡା ରୋଡ ସାଇଟରେ ଦିର୍ଘ ପାଞ୍ଚ ଦିନ ଧରି ଅଛନ୍ତି।  ଟିମ୍ ନିଷ୍ଠା ସଂଗେ ସଂଗେ ପହଞ୍ଚିଥିଲା ଘଟଣାସ୍ଥଳରେ | ,ବୁଝାବୁଝି କଲା ପରେ ଜାଣିବାକୁ ପାଇଲେ ଯେ ମାଉସୀ ଙ୍କର ଗୋଟିଏ ପୁଅ ଓ ଦୁଇ ଝିଅ ଅଛନ୍ତି । ନିଷ୍ଠା ପରିବାରର ସଭ୍ୟ ମାନେ ତାଙ୍କ ପୁଅଙ୍କ ସହ ଫୋନ ଯୋଗେ କଥା ହେଇଥିଲେ । ସେ କହିଲେ ଏବେ ଆପଣ ନେଇ ରଖନ୍ତୁ ପନ୍ଦର ଦିନ ପରେ ସେ ଆଶ୍ରମରୁ ତାଙ୍କୁ ଆଣିବେ ବୋଲି କହିଛନ୍ତି। ନିଷ୍ଠା ପରିବାର ତରଫରୁ ତାଙ୍କୁ ଅଲିଭା ଘର ବୃଦ୍ଧାଶ୍ରମରେ ଥଇଥାନ କରାଗଲା ଓ କିଛିଦିନ ପରେ ତାଙ୍କ ପୁଅ ଆସି ବୃଦ୍ଧା ମାଁ ଙ୍କୁ ନେଇଯିବେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଆଶା ବ୍ୟକ୍ତ କରିଛନ୍ତି  ।ଏହି ଅବସରରେ ନିଷ୍ଠାର ସଂପାଦକ ଅଶ୍ବିନୀ ତ୍ରିପାଠୀ,ଉପଦେଷ୍ଟା ବିଦ୍ୟାଧର ଭୋଇ, କୋଷାଧକ୍ଷ ଶ୍ୟାମସୁନ୍ଦର ସାହୁ ଏବଂ ସଦସ୍ୟ ମିଳନ ଗୁରୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.