ଶୁକ୍ରବାର ଦିବ୍ୟଦୁର୍ଲ୍ଲଭ ନାଗାର୍ଜୁନ ବେଶ 

0

ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି : ଚଳିତ ବର୍ଷ ନାଗାର୍ଜୁନ ବେଶକୁ ରଖାଯିବ ସଂଗ୍ରହାଳୟରେ 

ବେଶ ଭାଇରାଲ ହେବା  ଆଶଙ୍କା, ଶ୍ରୀମନ୍ଦିରକୁ ମୋବାଇଲ ମନା 

ପୁରୀ/ସ୍ୱତନ୍ତ୍ର ପ୍ରତିନିଧି : ମହାପ୍ରଭୂମାନଙ୍କ  ଦୁର୍ଲଭ ନାଗାର୍ଜୁନ ବେଶ ଶୁକ୍ରବାର ସଂପନ୍ନ ହେବ । ଏଥିପାଇଁ ଆଜି ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଥିଲା। ନାଗାର୍ଜୁନ ବେଶର ନୀତି ନିର୍ଘଣ୍ଟ ହୋଇଛି। ନିଷ୍ପତ୍ତି ଅନୁଯାୟୀ ନାଗାର୍ଜୁନ ବେଶରେ ମହାପ୍ରଭୁଙ୍କୁ ଏକ ଶୋଭାଯାତ୍ରାରେ ରାତି ୨ଟାରୁ ହରଚଣ୍ଡି ସାହି ଚକ୍ରକୋଟ ଜାଗାରୁ ଶ୍ରୀମନ୍ଦିରକୁ ଅଣାଯିବ। ଭୋର ପ୍ରାୟ ୪ ଟାରେ ସିଂହାରୀ ସେବାୟତ ମାନେ ଏହି ବେଶକୁ ମହାପ୍ରଭୁଙ୍କୁ ଲାଗି କରିବେ। ସକାଳ ୭ଟାରେ ବେଶ ଶେଷ ହେବ। ଅପରାହ୍ନ ୨ ଟାରେ ବେଶକୁ ଓଲାଗି ହେବ । ପରମ୍ପରା ନଥିବାରୁ ପତିତପାବନଙ୍କର ମଧ୍ୟ ବେଶ ହେବ ନାହିଁ । ଚଳିତବର୍ଷ ନାଗାର୍ଜୁନ ବେଶକୁ ସଂଗ୍ରହାଳୟରେ ରଖାଯିବା ପାଇଁ ନିଷ୍ପତ୍ତି ହୋଇଛି। ମହାପ୍ରଭୁଙ୍କ ବେଶ ଭାଇରାଲ ହେବା ଆଶଙ୍କା ଥିବାରୁ ଶ୍ରୀମନ୍ଦିରରେ ମୋବାଇଲ ଫୋନ ବ୍ୟବହାର ସମ୍ପୁର୍ଣ୍ଣ ନିଷେଧ କରାଯାଇଛି। ସେହିପରି ନାଗାର୍ଜୁନ ବେଶ ଦିନ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ୧୪୪ ଧାରା ଜାରି କରାଯିବ।

Leave A Reply

Your email address will not be published.