ଅଁଳାନବମୀରେ ପାଳିତ ହେଲା ନୀତିକାନ୍ତି:ଶ୍ରଦ୍ଧାଳୁଙ୍କୁ ମିଳିଲାନି ଦର୍ଶନ 

0

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ପବିତ୍ର କାର୍ତ୍ତିକ ମାସ ଶୁକ୍ଳ ନବମୀ ତିଥିରେ ଓଡଗାଁ ପ୍ରଭୁ ଶ୍ରୀରଘୁନାଥଜୀଉଙ୍କ ପୀଠରେ ପରମ୍ପରା ଅନୁସାରେ ଅଁଳା ନବମୀ ପାଳିତ ହୋଇଯାଇଛି । ବିଧି ବିଧାନ ପୂର୍ବକ ମାତା ସୀତାଙ୍କ ପାଦଦର୍ଶନ ନୀତି  ଅନୁଷ୍ଠିତ  ହୋଇଥିଲେ ମଧ୍ୟ କୋଭିଡ କଟକଣା ପାଇଁ ତାହା ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ପାଇଁ ବାରଣ ରହିଥିଲା । ତେବେ ଅନେକ ଶ୍ରଦ୍ଧାଳୁ ମନ୍ଦିର ବାହାରେ ରହି ସ୍ୱର୍ଣ୍ଣ କଳସକୁ ଅନାଇ ଭକ୍ତି ନୈବେଦ୍ୟ ଅର୍ପଣ କରି ଫେରି ଯାଇଥିଲେ । ଆଜି ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟା ହୋଇ ଶୋଧନ ନିତି ପରେ ସକାଳ ୫ଟାରେ ମଙ୍ଗଳଆଳତୀ, ଅବକାଶ, ପଂଚାମୃତସ୍ନାନ, ମଇଲମ, ତଡପଲାଗି, ଖଟଣୀ ନୀତି ପରେ ପାଳିଆ ପଣ୍ଡା ମାତା ସୀତାଙ୍କୁ ଖାଣ୍ଟି  ଓଡିଆଣୀ ବେଶରେ ସଜ୍ଜିତ କରିବା ସହିତ ଦୁଇ ଠାକୁରଙ୍କୁ ସୁନ୍ଦର ଭାବରେ ସଜ୍ଜିତ  କରି ଅଁଳା ମାଳ ଅର୍ପଣ କରିଥିଲେ । ପାଳିଆ ପଣ୍ଡା ଓ ପୂଜକ ପରିଷଦର ସମସ୍ତ କର୍ମକର୍ତ୍ତା , ମନ୍ଦିର ପରିଚ୍ଛା,  ମନ୍ଦିର ପରିଚାଳକଙ୍କ ଦ୍ୱାରା ସମସ୍ତ ନିତୀ ସଂପାଦିତ ହୋଇଥିଲା । ସେହିପରି ସ୍ଥାନୀୟ ରାଧାକାନ୍ତ ମଠ ଏବଂ ଅନ୍ୟାନ୍ୟ ବିଷ୍ଣୁ ମନ୍ଦିର ମାନଙ୍କରେ ରାଧାରାଣୀଙ୍କ ପାଦ ଦର୍ଶନ ବେଶ ଅନୁଷ୍ଠିତ  ହୋଇଯାଇଛି । 

 

Leave A Reply

Your email address will not be published.