ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଏବଂ ପିମିଟି କଲେଜ ଛାତ୍ରଛାତ୍ରୀଙ୍କ କୃତିତ୍ୱ

0

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ରାଜ୍ୟ ସରକାରଙ୍କ ପରିଚାଳିତ ରାଜ୍ୟ ସ୍ତରୀୟ ସ୍ନାତକୋତର ଏକକ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି । ଉକ୍ତ ପରୀକ୍ଷାରେ ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଛାତ୍ର ରମାକାନ୍ତ ମହାନ୍ତି ଚତୁର୍ଥ ସ୍ଥାନ, ପିମିଟି କଲେଜ ଛାତ୍ର ସୀତାରାମ ପଣ୍ଡା ରାଜନୀତି ବିଜ୍ଞାନ ବିଭାଗରେ ଏକାଦଶ ସ୍ଥାନ ଏବଂ ଅଞ୍ଜଳି ପ୍ରଧାନ ଓଡ଼ିଆ ବିଭାଗରେ ୨୧ ତମ ସ୍ଥାନରେ ମନୋନୀତ ହୋଇଥିବାରୁ ସେମାନଙ୍କର ସଫଳତା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପୀକା ଶୁଭେଚ୍ଛା ଜଣାଇଛନ୍ତି । 

 

Leave A Reply

Your email address will not be published.