ରାଜ୍ୟର ୬ ପ୍ରମୁଖ ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତି ମାନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା

0

ସମସ୍ତଙ୍କ ନେତୃତ୍ୱରେ ଓଡ଼ିଶାର ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବଢ଼ିବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର- ମହାମହିମ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ରାଜ୍ୟର ୬ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଥିବା ପ୍ରଫେସର କିଶୋର ବାସା, ପ୍ରଫେସର ସବିତା ଆଚାର୍ଯ୍ୟ, ପ୍ରଫେସର ଅପରାଜିତା ଚୌଧୁରୀ, ପ୍ରଫେସର ଦୀନବନ୍ଧୁ ସାହୁ, ପ୍ରଫେସର ଏନ.ନାଗରାଜୁ ଏବଂ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ଟ୍ୱିଟ୍ ଯୋଗେ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ  ।

ସମସ୍ତଙ୍କ ନେତୃତ୍ୱରେ ଓଡ଼ିଶାର ଉଚ୍ଚଶିକ୍ଷାରେ ଗୁଣାଞଗକ ମାନ ବଢ଼ିବା ସହ ଓଡ଼ିଆ ଛାତ୍ରଛାତ୍ରୀମାନେ ଦେଶ ଏବଂ ବିଶ୍ୱରେ ନାଁ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି  ।

 

Leave A Reply

Your email address will not be published.