ବୁଗୁଡା ସମ୍ବାଦ ସାହିତ୍ୟ ଘର ବୈଠକ

0

ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ସମ୍ବାଦ ସାହିତ୍ୟ ଘର ବୈଠକ ନଭେମ୍ବର ୨୨ ତାରିଖ ଦିନ ବୁଗୁଡା ନିକୁଞ୍ଜ ମୋହନ କ୍ଳବ ପରିସରରେ ସଙ୍ଗଠନର ସଭାପତି ରଘୁନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବାଲିପଦର ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବ୍ରଜ କିଶୋର ପାଢ଼ୀ ଏବଂ ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ଓ ସାମ୍ବାଦିକ ଅନିଲ କୁମାର ମହାରଣା ଯୋଗ ଦେଇଥିଲେ। ସାହିତ୍ୟ ଘର କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର ସଂଯୋଜନା କରିଥିଲେ। ଶେଷରେ ଅଧ୍ୟାପକ ରବୀନ୍ଦ୍ର ପୋଲାଇ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ସାହିତ୍ୟ ଘର ପକ୍ଷରୁ କବିତା ଆସର ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ କବି ଓ କବୟିତ୍ରୀ ବୃନ୍ଦ ନିଜର କକିତା ଆବୃତ କରିଥିଲେ।

Leave A Reply

Your email address will not be published.