ବିଜୁ ଯୁବ ଓ ଛାତ୍ର ଜନତା ଦଳର ନୂତନ କର୍ମକର୍ତ୍ତା ନିଯୁକ୍ତ 

0

ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ବିଜୁ ଜନତା ଦଳ  ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ  ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳର କେତେକ  କର୍ମକର୍ତ୍ତାଙ୍କୁ ନିଯୁକ୍ତ କରାଯାଇଛି ବୋଲି  ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜ ସୂଚନା ଦେଇଛନ୍ତି |

ଶ୍ରୀ ମଙ୍ଗରାଜଙ୍କ ସୂଚନା ଅନୁଯାୟୀ,  ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବରେ ଶୁଭେନ୍ଦୁ ମଙ୍ଗରାଜଙ୍କୁ ନିଯୁକ୍ତ କରାଯାଇଥିବାବେଳେ ଜୟରାମ ଦାସଙ୍କୁ ବାଲେଶ୍ୱର ଜୋନ୍ ସଭାପତି ଭାବରେ ନିଯୁକ୍ତ କରାଯାଇଛି।

ସାଧାରଣ ସମ୍ପାଦକ ଭାବରେ ତ୍ରିଲୋଚନ ତରାଇ, ପ୍ରଦୀପ ଭୂୟାଁ ଏବଂ ତାପସ ପାଣିଗ୍ରାହୀ  ନିଯୁକ୍ତ ହୋଇଥିବା ବେଳେ  ରଶ୍ମୀ ରଂଜନ ଦାସ ଏବଂ ରାଜେଶ କୁମାର ଭୂୟାଁ  ଯଥାକ୍ରମେ ବିଜୁ ଯୁବ ଜନତା ଦଳର ସମ୍ପାଦକ ଓ  ଯୁଗ୍ମ ସମ୍ପାଦକ ଭାବରେ ନିଯୁକ୍ତି  ଦିଆଯାଇଛି । ତାପସ କୁମାର ପରିଡା ଏବଂ ସୌମ୍ୟଜିତ ମହାପାତ୍ରଙ୍କୁ ଯଥାକ୍ରମେ ବାଲେଶ୍ୱର  ଏବଂ ଜଗସିଂହପୁରର ଜିଲ୍ଲା ବିଜୁ ଯୁବ ଜନତା ଦଳ  ସଭାପତି ଭାବରେ ନିଯୁକ୍ତ କରାଯାଇଛି।

ଅବଦୁଲ ହବିବଙ୍କୁ  ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ବାଲେଶ୍ୱର ଜୋନ୍  ସଭାପତି ଭାବରେ ନିଯୁକ୍ତ କରାଯାଇଥିବା ବେଳେ ସିମନ୍ ଦାସ ମହାପାତ୍ର ଏବଂ ଇଂ ସମିତ ଲେଙ୍କା ଯଥାକ୍ରମେ ବାଲେଶ୍ୱର ଏବଂ ଜଗସିଂହପୁର ଜିଲ୍ଲାର ଛାତ୍ର ବିଜେଡି ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି।

Leave A Reply

Your email address will not be published.