ପୋଲସରା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଅନ୍ୟ ଦଳର ବହୁ କର୍ମୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଜଣାପଡିଛି। ନଭେମ୍ବର ୨୨ ତାରିଖ ଦିନ ପୋଲସରା ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏନଏସିର ବିଭିନ୍ନ ୱାର୍ଡର ଅନ୍ୟ ପାର୍ଟିର ପ୍ରାୟ ୮୦ ଜଣ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିଧାୟକ ଶ୍ରୀ ସାହୁ ସେମାନଙ୍କୁ ସ୍ୱାଗତ କରିବା ସହ ବିଜେଡିରେ ଗ୍ରହଣ କରିବା ଘୋଷଣା କରିଥିଲେ। ଏହି ମିଶ୍ରଣ ପର୍ବରେ ଏନଏସିର ବିଜେଡି କର୍ମକର୍ତ୍ତା, ପୂର୍ବତନ ଲୋକ ପ୍ରତିନିଧି ଓ ବହୁ କର୍ମୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.