ପୁଲିସ ଜାଳରେ କପ ସିରଫ ବେପାରୀ 

0

ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ପୁଲିସ ସନିବାର ସଂଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ସନିମାଲ ଛକରେ ଜଣେ କଫ ସିରଫ ବେପାରୀକୁ ଧରିବାରେ ସଫଳ ହୋଇଛି । କଫ ସରିଫ ବେପାରୀ ଜଣକ ଅତାବିରା ଥାନା ଅଧିନସ୍ତ ର୍ହିଲିପାଲି ଗ୍ରାମର ଗୋରଖା ମୁର୍ଗିଙ୍କ ପୁଅ ରାଜେଶ ମୁର୍ଗି(୨୯) ବୋଲି ଜଣାପଡିଛି । ପୁଲିସ ଅଭିଯୁକ୍ତ ପାଖରୁ ୯୦ ଗୋଟି ସିଲ ଥିବା ଏସକଫ, ୭୫ ଲିଟର ଅପମିଶ୍ରିତ କେମିକାଲ, ଆଲଫାଜୋଲମ ନିଶା ବଟିକା, ଗୋଟିଏ ମୋବାଇଲ ଫୋନ ଏବଂ ଏହି ସବୁ ଜିନିଷ ବୋଝେଇ କରି ଆଣୁଥିବା ମୋଟର ସାଇକଲ ଯାହାର ନଂ ଓଡି ୧୭ ଟି ୩୦୨୨କୁ ଜବତ କରିବା ସହ ବେଆଇନ ନିଶା କାରବାର କରୁଥିବା ଅଭିଯୁକ୍ତ ରାଜେଶ ମୁର୍ଗିକୁ ଗିରଫ କରିଥିଲେ । ଏ ନେଇ ମେଲଛାମୁଣ୍ଡା ଥାନା କେସ ନଂ ୧୯୦/୨୦ ଦଫା ୨୭୪, ୨୭୫ ଆଇପିସିରେ ଏକ ମାମଲା ରୁଜୁ ହୋଇଛି । ରବିବାର ଅଭିଯୁକ୍ତକୁ କୋଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ସ୍ୱପ୍ନାରାଣୀ ଗୋଚ୍ଛାୟତ ସୂଚନା ଦେଇଛନ୍ତି । 

Leave A Reply

Your email address will not be published.