ଏକକ ପିଜି ପ୍ରବେଶିକା ପରୀକ୍ଷାର ମେଧାତାଲିକା ୱେବସାଇଟରେ ଉପଲବ୍ଧ

0

ଭୁବନେଶ୍ୱର:  ଚଳିତ ବର୍ଷ ରାଜ୍ୟରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ଏକକ ପିଜି ପ୍ରବେଶିକା ପରୀକ୍ଷାର ମେଧା ତାଲିକା  ସାମସ୍-ସିପିଇଟି ୨୦୨୦ର ୱେବସାଇଟରେ ଉପଲବ୍ଧ କରାଯାଇଛିା

ଜନସାଧାରଣ www.samsodisha.gov.in ରେ Post Graduation ରେ କ୍ଲିକ୍ କରି provisional Merit List ଲିଙ୍କରେ ଏହି ପିଜି ପ୍ରବେଶିକା ପରୀକ୍ଷା ବିଷୟ ଅନୁଯାୟୀ ମେଧାତାଲିକା ଦେଖିପାରିବୋ ଏଥିସହିତ ଛାତ୍ରଛାତ୍ରୀମାନେ ସେମାନଙ୍କର ୱେବସାଇଟରେ ୟୁଜର  ନେମ୍ ଓ ପାସ୍ଓ୍ୱାର୍ଡ ଦେଇ ଲଗ୍ଇନ୍ କରି ମଧ୍ୟ MIS Reportରେ ବିଶ୍ୱବିଦ୍ୟାଳୟ/ମହାବିଦ୍ୟାଳୟ ଅନୁସାରେ ମେଧା ତାଲିକା ଦେଖୀପାରିବୋ

ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରଥମ ଥର ପାଇଁ ୭୦ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଭିନ୍ନ ପିଜି ପାଠ୍ୟକ୍ରମର ୧୪,୪୦୧ ଗୋଟି ପିଜି ସିଟ୍ ପାଇଁ ଏକକ ପ୍ରବେଶିକା ପରୀକ୍ଷା ହୋଇଥିଲାା ଏଥିରେ ଭାଗ ନେବା ପାଇଁ ସମୁଦାୟ ୬୨,୧୯୦ ଜଣ ଆବେଦନ କରିଥିବାବେଳେ ଏକକ ପ୍ରବେଶିକା ପରୀକ୍ଷାରେ ମୋଟ ୫୫,୭୪୬ ଜଣ ପରୀକ୍ଷା ଦେଇଥିଲୋ ପ୍ରବେଶିକା ପରୀକ୍ଷା ନିମନ୍ତେ ୭୧,୭୮୯ଟି ହଲ୍ ଟିକେଟ୍ ଜାରି କରାଯାଇଥିଲାା ତେବେ ବିଭିନ୍ନ ବିଷୟରେ ୬୨,୯୪୨ ଜଣ ପରୀକ୍ଷା ଦେଇଥିଲେ ଏବଂ ୫୨,୭୮୦ ଜଣ ପରୀକ୍ଷାର୍ଥୀଙ୍କ ମେଧା ତାଲିକା ୱେବସାଇଟ  ପ୍ରସ୍ତୁତ କରାଯାଇଛିା ମେଧା ତାଲିକା ଅନୁଯାୟୀ ଛାତ୍ରଛାତ୍ରୀମାନେ ସେମାନଙ୍କର ପସନ୍ଦର ବିଷୟ ଓ ବିଶ୍ୱବିଦ୍ୟାଳୟ/ମହାବିଦ୍ୟାଳୟରେ ନାମ ଲେଖାଇବା ନିମନ୍ତେ ସୁଯୋଗ ପାଇବୋ 

 

Leave A Reply

Your email address will not be published.