ବିଶ୍ୱ ସ୍ତରୀୟ ଶିଶୁ ଦିବସ ଓ ନବଜାତ ଶିଶୁ ଯତ୍ନ ସପ୍ତାହ : ଶିଶୁର ଗୁଣବତ୍ତା,ଯଥାର୍ଥତା ଓ ସମ୍ମାନର ସୁରକ୍ଷା ପ୍ରତି ଗୁରୁତ୍ୱ।

0

 

ସମ୍ବଲପୁର: (ରମାକାନ୍ତ ବିଶ୍ବାଳ)- ଶିଶୁର ଗୁଣବତ୍ତା,ଯଥାର୍ଥତା ଓ ସମ୍ମାନର ସହିତ ନବଜାତ ଶିଶୁର ସୁରକ୍ଷା ପ୍ରତି ଧ୍ୟାନ ଦେଲେ ନିଜର ବାର୍ଦ୍ଦକ୍ୟ ପର୍ଯ୍ୟନ୍ତ ସୁସ୍ଥ ଓ ନିରୋଗ ଜୀବନ ସମ୍ଭବ ହୋଇଥାଏ ବୋଲି ଆଜି ବିଶ୍ୱ ସ୍ତରିୟ ଶିଶୁ ଦିବସ ଓ ନବଜାତ ଶିଶୁ ଯତ୍ନ ସପ୍ତାହ ପାଳନ ଅବରରେ ବକ୍ତାମାନେ କହିଛନ୍ତି ।

      ୟୁଏମେଚୟୁ ପକ୍ଷରୁ ବଡବଜାର ଧୋବାପଡା ସ୍ଥିତ ଅନାମିକା କ୍ଲବ ଠାରେ ଏହା ପାଳନ କରାଯାଇଥିଲା। ଉତ୍ସବରେ ମହାନଗର ନିଗମ କମିଶନର ଅନିରୁଦ୍ଧ ପ୍ରଧାନ ମୁଖ୍ୟଅତିଥି, ମହାନଗର ଚିକିତ୍ସା ଅଧିକାରୀ ଡା.ମହେନ୍ଦ୍ର ନନ୍ଦ ମୁଖ୍ୟବକ୍ତା ଓ ୟୁଏଚୟୁ ସିପିଏମ ଗୁରୁଦତ୍ତ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁକୁ ଧରିବା ଓ ଛୁଇଁବା ଆଗରୁ ହାତ ଧୋଇବା,ନାଭି ନାଡରେ କିଛି ନଲଗାଇବା,୨୫୦୦ ଓଜନରୁ କମ ଶିଶୁକୁ ଅଧିକ  ଓ କଙ୍ଗାରୁ ମା’ ଯତ୍ନ,ଉଷୁମ ରଖିବାକୁ ଟୋପି,ମୋଜା,ପତଳା କମ୍ବଳ ବ୍ୟବହାର କରିବା ସହିତ କୋଭିଡ-୧୯ରୁ ଶିଶୁର ମୁକ୍ତି ପାଇଁ ଶିଶୁର ଯତ୍ନ ଓ ସ୍ତନ୍ୟପାନ ସମୟରେ ମାଁ ମାକ୍ସ ବ୍ୟବହାର କରିବାକୁ ଉପସ୍ଥିତ ଗର୍ଭବତୀ ଓ ପ୍ରସୂତି ମାଁ ମାନଙ୍କୁ ପରାମର୍ଶ ଦେଇଥିଲେ । ଏପରିକି ୬୦ ଥରରୁ ଅଧିକ ନିଶ୍ୱାସ ନେବା,ବାତ ମାରିବା, ନିସ୍ତେଜ ରହିବା’ମା କ୍ଷୀର ନଖାଇବା,ଜ୍ୱର ହେବା ଓ ଥଣ୍ଡା ଲାଗିବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଥିଲେ ।ୟୁଏମଏଚୟୁ ଆୟୁଷ ଡାକ୍ତର ରାଜାରାମ ଷଡଙ୍ଗୀ ଏଥିରେ ଅଧ୍ୟକ୍ଷତା କରି ଗର୍ଭ ରହିବା ଦିନଠୁ ମାଁ ଶିଶୁ ପାଇଁ ହଜାରେ ଦିନ ବହୁତ ଗୁରୁତ୍ୱ ବହନ କରୁଥିବାରୁ ତୃଣମୂଳ ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ଯୋଗାଯୋଗ ରହି ପାରିଲେ ମାଁ ଶିଶୁ ଜୀବନ ନିରାପଦ ରହିଥାଏ ବୋଲି କହିଥିଲେ। ଏହାକୁ ସଂଜିବ ପ୍ରଧାନ,ଅନିଲ ଭୋଇ,ନିବେଦିତା ପାଣ୍ଡେ ପରି ଚାଳନା କରିଥିବା ବେଳେ ଆଶା ଅପର୍ଣ୍ଣା ସରକାର,ସୁବାଶିନି ପ୍ରଧାନ,ପ୍ରମିଳା ବାଗ୍, କଳ୍ପନା ପୋଢ,ଯଶୋବନ୍ତି ଦାସ,ଅଙ୍ଗନୱାଡି କର୍ମୀ,ଲିପିକା ରାଣି ଚୌଧୁରି,ଜ୍ୟୋସ୍ନା ଦାସ,ସୁଧାରାଣି ସ୍ୱାଇଁ,ଶ୍ରୀୟାବତୀ ସାହୁ,ସୁଜାତା ଭୁକ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କ୍ଷେତରାଜପୁର ସେକ୍ଟର ଏଏନଏମ ଗୌରୀ ମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.