ଲୋକନାଥ ଭବନ ଚୋରି ଘଟଣାରେ ୪ ଅଭିଯୁକ୍ତ ଗିରଫ 

0

ଭଞ୍ଜନଗର ( ନିଲୁ ବିଷୋୟୀ ) – ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ବେଲଗୁଣ୍ଠା ଫାଣ୍ଡି ଅଧିନ ସହରର ଜଣାଶୁଣା ବ୍ୟବସାୟୀ କାଳୁ ଚରଣ ପଣ୍ଡାଙ୍କ ଘରୁ(ଲୋକନାଥ ଭବନ)  ଗତମାସ ୧୫ ତାରିଖ ଦିନ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଘରେ ପଶି ୮୨ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ରୂପା ଚୋରି କରି ନେଇ ଯାଇଥିଲେ। ଏ ନେଇ ବେଲାଗୁଣ୍ଠା ଫାଣ୍ଡିରେ କେସ ନମ୍ବର ୫୪୨/୨୦ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିଲା। ଶେଷ ରେ ପୋଲିସ କୁ ସଫଳତା ମିଳିବା ସହ  ଘଟଣାର ତଦନ୍ତ କରି ପୁଲିସ୍‌ ଆଜି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ନଗଦ ୪୫ ହଜାର ୨୫୦ ଟଙ୍କା, ସୁନା ମୁଦି, ମୟୁରୀ ରୂପା ଫରୁଆ,ଏକ ହଳ ରୂପା ପାଉଁଜି ଦୁଇଟି ସାଇକେଲ ଓ ଚୋରିରେ ବ୍ୟବହୃତ ହାତୁଡି, ସ୍କୃ ଡ୍ରାଇଭର ଆଦି ଜବତ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅଭିଯୁକ୍ତ ମାନେ ହେଲେ ବୁଗୁଡ଼ା ଥାନା ଘୋଳପୁରର ଲକ୍ଷ୍ମୀ ପାତ୍ର(୪୬) ଓ ତାର ପୁଅ ଉତ୍ତମ ପାତ୍ର(୨୫) ଜ୍ୱାଇଁ ପୋଚାଲୁଣ୍ଡିର ଚିରଞ୍ଜିବି ପାତ୍ର(୨୯) ଏବଂ ତାଙ୍କର ଜଣେ ସଂର୍ପକୀୟ ନରସିଂହପୁର ଥାନା ରଣେଶପୁରର ଜାପନି ପାତ୍ର(୨୭)। ଏହି ଘଟଣା ରେ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ବାପା,ପୁଅ ଓ ଜ୍ବାଇଁ ସମ୍ପୁକ୍ତ ଥିବା ଜଣାପଡିଛି।  ଏଥିସହ ଏହି ଘଟଣାରେ ସଂପୃକ୍ତ ଅନ୍ୟ ତିନିଜଣ ଫେରାର୍‌ ଥିବା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ କହିଛନ୍ତି। ପ୍ରକାଶ ଯେ ଗତମାସ ୧୫ ତାରିଖ ଦିନ ବିଳମ୍ବିତ ରାତିରେ  ବେଲଗୁଣ୍ଠା ସହରର ବ୍ୟବସାୟୀ କାଳୁ ଚରଣ ପଣ୍ଡାଙ୍କ ପରିବାର ବର୍ଗ ଶୋଇଥିବା ବେଳେ ୭ ଜଣ ଦୁର୍ବୃତ୍ତ ତାଙ୍କ ବାରିପଟ ଗ୍ରୀଲ ତାଲା ଲୁହା ରଡ ଦ୍ଵାରା ଭାଙ୍ଗି ଘର ଭିତରେ ପଶିଥିଲେ। ଘର ଭିତରେ ଲାଗିଥିବା ସିସି କ୍ୟାମେରାକୁ ଦେଖି ନିଜ ଚେହେରା ଢାଙ୍କି ଦେଇଥିଲେ। କାଳୁ ଚରଣ ଓ ତାଙ୍କ ପରିବାର ଶୋଇଥିବା ବେଡରୁମ୍ର କବାଟ ବାହାର ପଟୁ ବନ୍ଦ କରିବା ସହ ଆଲମିରା ଭାଙ୍ଗି ସେମାନେ ଲୁଟ ଆରମ୍ଭ କରିଥିଲେ। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେବା ସହ ହାତ ଘଣ୍ଟା ଓ ନଗଦ ଟଙ୍କା ଲୁଟ କରି ନେଇଯାଇଥିଲେ।

Leave A Reply

Your email address will not be published.