ଗ୍ରୀନ ରାୟଗଡ ତରଫରୁ ବିଶ୍ଵ ପରିବେଶ ଦିବସ ପାଳିତ

0

05-06-18-raya-1.jpg - 77.34 kB 

ରାୟଗଡ: ସରୋଜ କୁମାର ସାହୁ : ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଗ୍ରୀନ ରାୟଗଡ ତରଫରୁ ରାୟଗଡ ସଦର ମହକୁମା ରେ ବଡ଼ ଆଡମ୍ବର ସହ ପାଳନ କରାଯାଇଛି। ଗ୍ରୀନ ରାୟଗଡ ର ଆବାହକ କେ. କେ. ଜେନା ଓ ଯୋଗେଶ୍ଵର ଦାସଙ୍କ ନେତ୍ରୁତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ରାୟଗଡ ଜିଲ୍ଲାପାଳ ଗୁହା ପୁନଂମ୍ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଗ୍ରୀନ ରାୟଗଡ ର ସହଯୋଗୀ ପରିବେଶବିତ ଏ. କେ.ଶାରଦା, ସେଂଚୁରିଅନ ୟୁନିଭରସିଟି ରାୟଗଡ, ଲାୟେନ୍ସ କ୍ଲବ ରାୟଗଡ, ନାଗାବଳି ଲାୟେନ୍ସ କ୍ଲବ, ୱାକର୍ସ କ୍ଲବ, ଆଜାଦ ହିନ୍ଦ ୟୁଥ୍ ଆସୋସିଏସନ, ଜି ସି ଡି ୱାକର୍ସ କ୍ଲବ, ଭାରତୀୟ ମଜଦୁର ସଂଘ, ସାଇବାବା ସେବା ସମିତି, ଗାୟତ୍ରୀ ପରିବାର, ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଦ୍ୟାଳୟ, ପାତଞ୍ଜଳି ୟୁଥ୍ ସମିତି, ଭାରତ ସ୍ୱଭିମାନ ଟ୍ରଷ୍ଟ, ସିନିୟର ସିଟିଜନ ଓଲ୍ଫର୍ ଆସୋସିଏସନ, କଳିଙ୍ଗ ବୈଶ୍ୟ ସଂଘ, ଓଡିଶା ଅମଲା ସଂଘ, ଜେମ୍ସ, ଜିତମ୍, ସି.ଆର.ପି.ଏଫ., ବନ ବିଭାଗ, ଓଡିଶା ପ୍ରଦ୍ୟୁଷଣ କଣ୍ଟ୍ରୋଲ ବୋର୍ଡ, ଓମ୍ ଶାନ୍ତିର ସମସ୍ତ ସଦସ୍ୟ ମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଗାନ୍ଧୀ ପାର୍କ ଠାରେ ପହଁଚିଥିଲେ । ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଚେତନତା ସଭାରେ ରାୟଗଡ ଜିଲ୍ଲାପାଳ ଗୁହା ପୁନଂମ୍ ତାପସ କୁମାର ମୁଖ୍ୟ ଅତିଥି ହୋଇଥିବାବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡ ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର, ଏ.ଡି.ଏମ., ଡି.ଏଫ.ଓ., ଉପ ଜିଲ୍ଲାପାଳ ପ୍ରବୀର କୁମାର ନାୟକ, ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ଉପ ନଗରପାଳ ନିରଞ୍ଜନ ବକ୍ସିପାତ୍ର, ଡ଼ଃ ନରେନ୍ଦ୍ର ମିଶ୍ର, ସି. ଆର. ପି. ଏଫ. କମାଣ୍ଡାଣ୍ଟ, ଯୋଗ ଦେଇ ବର୍ତ୍ତମାନ ସ୍ଥିତିରେ ଜଳବାୟୁ ପରିବର୍ତନ ପାଈଁ ଜଙ୍ଗଲ ସୃଷ୍ଟି କରିବା ନିତ୍ୟାନ୍ତ ଆବଶ୍ୟକ ଓ ଏହାର ନିରାକରଣ ନିମନ୍ତେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେଇ ବଞ୍ଚାଇ ପାରିଲେ ପରିବେଶ ସନ୍ତୁଳନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଗ୍ରୀନ ରାୟଗଡ ଆବାହକ ଯୋଗେଶ୍ଵର ଦାଶ ଓ କେ.କେ.ଜେନା କହିଥିଲେ ଯେ ଗତ ୮ ବର୍ଷ ଧରି ଏହି ନାମରେ ରାୟଗଡ ରେ ବନ ବିଭାଗ, ଓ.ଏସ୍. ପି. ସି. ଵି., ଏବଂ ଜିଲ୍ଲା ପ୍ରଶାସନ କୁ ସହଯୋଗ କରି ରାୟଗଡ ରେ ଲଗାଇଥିବା ଗଛ ଗୁଡିକ କିପରି ବଞ୍ଚି ରହିବ ଓ ଗଛ ବଞ୍ଚାଇବା ପ୍ରତି ଜନ ସଚେତନତା ସୃଷ୍ଟି କରିବା ଓ ରାୟଗଡ ସହର କିପରି ପଲିଥିନ ମୁକ୍ତ କରି ରାୟଗଡକୁ ଗ୍ରୀନ ସହରରେ ପରିଣତ କରିବା ନିମନ୍ତେ ଜାରିରଖିଛନ୍ତି। ଉକ୍ତ ସଚେତନତା ସଭାରେ ବିନାୟକ କର, ଅମର ଜେନା, ଵି.ଏମ. ଏସ୍. ର ଖଗେଶ୍ବର ସିଂ, ଉଷାରାଣୀ ଦାଶ, ସୁଧାଂଶୁ ଶେଖର ଗନ୍ତାୟତ, ରାଜେଶ ପାଢ଼ୀ, ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।05-06-18-raaya.jpg - 88.68 kB

Leave A Reply

Your email address will not be published.