ଛଟ ପୂଜା ପାଇଁ କୋଭିଡ କଟକଣାକୁ କୋହଳ କରିବାକୁ ଅନୁରୋଧ କଲେ ପୂର୍ବାଞ୍ଚଳ ୟୁଥ ଏସୋସିଏସନ। 

0 1

ଝାରସୁଗୁଡ଼ା :(ସୁଭାଷ ସହାରେ) -କୋଭିଡ କଟକଣା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ଧାର୍ମିକ ଅନୁଷ୍ଠାନ ଓ ପୂଜାରେ ଭିଡ଼କୁ ଆଡ଼େଇବା ପାଇଁ କଟକଣା ଲାଗୁ କରାଯାଇଥିଲା। ଏଥିପାଇଁ ଏଥର ଉତ୍ତର ଭାରତୀୟ ପର୍ବ ଛଟ ସମୟରେ ମଧ୍ୟ ବିଭିନ୍ନ ସ୍ଥାନରେ ଭିଡ଼ ଜମା ନ ହେବା ପାଇଁ ନିୟମ କରାଯାଇଛି। ଏହି କଟକଣାଗୁଡ଼ିକୁ କୋହଳ କରିବା ପାଇଁ ପୂର୍ବାଞ୍ଚଳ ୟୁଥ ଏସୋସିଏସନ ଜିଲ୍ଲାପାଳଙ୍କୁ ନିବେଦନ ଜଣାଇଛନ୍ତି। ବିଭିନ୍ନ ନଦୀଘାଟରେ, ପୋଖରୀରେ ସେମାନେ ପ୍ରତ୍ୟେକ ପରିବାରରୁ ଜଣେ କିମ୍ବା ଦୁଇଜଣଙ୍କୁ ଛଟ ପୂଜା  ଅବସରରେ ଧାର୍ମିକ ଅନୁଷ୍ଠାନ ପାଳନ କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.