ଆନ୍ତର୍ଜାତୀୟ ଶିଶୁ ସପ୍ତାହ ପାଳନର ଶୁଭାରମ୍ଭ : “ଶିଶୁ ଏବଂ ଏସଡିଜି” ଉପରେ ୱେବିନାର ସିରିଜ୍

0 1

ଭୁବନେଶ୍ୱର(ଶାସକ ପ୍ରଶାସକ) : ଗ୍ଲୋବାଲ ଡେଭଲପମେଣ୍ଟ ଡାୟଲଗ୍ (ଜିଡିଡି) ଫୋରମ୍ ଅଧୀନରେ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ତାଙ୍କ କାର୍ଯ୍ୟାଳୟ ପକ୍ଷରୁ  ଶିଶୁ ଏବଂ ଏସଡିଜି ଉପରେ ଏକ ୱେବିନାର୍ ସିରିଜ୍ ସହିତ ଆନ୍ତର୍ଜାତୀୟ ଶିଶୁ ସପ୍ତାହ ସପ୍ତାହ ପାଳନ ଉତ୍ସବ ଆରମ୍ଭ କରିଛନ୍ତି।

ଉଦଘାଟନି ୱେବିନାର୍ ରେ “ଶିଶୁ ଏବଂ ଏସଡିଜି” ର ଯୋଗାଯୋଗ ଦୃଷ୍ଟିକୋଣ ଉପରେ ବିଚାର ବିମର୍ଶ କରାଯାଇଥିଲା | ୟୁନିସେଫ୍ ଓଡିଶାର ରାଜ୍ୟ ଯୋଗାଯୋଗ ପରାମର୍ଶଦାତା ଶ୍ରୀ ରୁଦ୍ର ପ୍ରସନ୍ନ ରଥ ଏବଂ ଶିଶୁ ଅଧିକାର ବିଶେଷଜ୍ଞ ଶ୍ରୀ ମନୋଜ ତ୍ରିପାଠୀ ଏହି ୱେବିନାର୍ ଯୋଗ ଦେଇଥିଲେ ଏବଂ ଏହି ଅଧିବେଶନକୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଜନନୀତିର ସହକାରୀ ପ୍ରଫେସର ଶ୍ରୀ କମଳା କାନ୍ତ ଦାଶ ପରିଚାଳନା କରିଥିଲେ। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, ଜାଭିୟର୍ ୟୁନିଭରସିଟି ଏବଂ କଳିଙ୍ଗ କୁସୁମ୍ ଫାଉଣ୍ଡେସନ୍ ସହଭାଗିତାରେ ଏହି ୱେବିନିନାର ର ଆୟୋଜନ କରାଯାଇଥିଲା।

ସାଂସଦ ଶ୍ରୀ ସୁଜିତ କୁମାର ବିଶିଷ୍ଟ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଏସଡିଜି ପ୍ରସଙ୍ଗରେ ଶିଶୁ ଅଧିକାରର ଗୁରୁତ୍ୱ ବିଷୟରେ ସ୍ପଷ୍ଟ କରିଥିଲେ। କଳିଙ୍ଗ କୁସୁମ୍ ଫାଉଣ୍ଡେସନ୍ ର ସଞ୍ଜିତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ଅଧିକାର ବିଶେଷଜ୍ଞ, ବୁଦ୍ଧିଜୀବୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ର, ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ |

 

Leave A Reply

Your email address will not be published.