“କ୍ରଟ”ର ସାମାଜିକ ଦାୟିତ୍ୱବୋଧକୁ କେନ୍ଦ୍ର ସରକାରଙ୍କ ପ୍ରଶଂସା 

0 1

ଭୁବନେଶ୍ୱର (ଶାସକ ପ୍ରଶାସକ) ଓଡିଶା ସରକାରଙ୍କ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ସଂସ୍ଥା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରଟ)  କରୋନା ମହାମାରୀ ସମୟରେ ନିଜର ସାମାଜିକ ଉତ୍ତରଦାୟିତ୍ୱ ନିର୍ବାହ ପୂର୍ବକ ନେଇଥିବା କେତେକ ପଦକ୍ଷେପକୁ ଭୁୟସୀ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର |  କେନ୍ଦ୍ର ସରକାରଙ୍କ ଆବାସ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ଦୁର୍ଗା ଶଙ୍କର ମିଶ୍ର ଏକ ଟୁଇଟ କରି “କ୍ରଟ”କୁ ପ୍ରଶଂସକ କରିବା ସହ  “କ୍ରଟ” ଅନ୍ୟ ସହରମାନଙ୍କ ପାଇଁ ଉଦାହରଣ ପାଲଟିଛି ବୋଲି କହିଛନ୍ତି | ସେ ତାଙ୍କ ଟୁଇଟରେ କହିଛନ୍ତି ଯେ “କ୍ରଟ-ଭୁବନେଶ୍ୱର ବାକି ସହରଗୁଡିକ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି |  ମହାମାରୀ ସମୟରେ ସାମାଜିକ ଦାୟିତ୍ୱ ନିର୍ବାହ ପୂର୍ବକ ବିଭିନ୍ନ ଛକ ଗୁଡିକରେ ରହିଥିବା ବସ୍ ଷ୍ଟପ ଗୁଡିକୁ  ପନିପରିବା ଭେଣ୍ଡିଂ ଜୋନରେ  ପରିଣତ କରିବା ସହ ନିଜର ଗାଡି ଗୁଡିକୁ ଗ୍ରୋସେରୀ ଅନ ହୁଇଲ ବ୍ୟବହାର କରି ଲୋକଙ୍କ ଦ୍ୱାର ଦେଶରେ ଗ୍ରୋସେରୀ ପହଂଚାଇପାରିଛି” 

Leave A Reply

Your email address will not be published.