ନିଷ୍ଠା ପରିବାର କଲା କରୋନାକ୍ରାନ୍ତ ମୃତକଙ୍କ ଶବ ସତ୍କାର

0 1

ବରଗଡ :- କରୋନା ମହାମାରୀ ସମୟରେ ଧୁସରବାହାଲ,ସୋହେଲା ର ଜଣେ ବ୍ୟକ୍ତିଙ୍କ କରୋନା ରୋଗରେ ମୃତ୍ୟୁବରଣ କରିଥିଲେ । ପ୍ରଶାସନ ଠାରୁ ଖବର ପାଇ ନିଷ୍ଠା ପରିବାରର ସଭ୍ୟ ମାନେ ତୁରନ୍ତ ଘଟଣାସ୍ଥଳକୁ ପହଂଛି ଜାଣିବାକୁ ପାଇଲେ ଯେ ମୃତକଙ୍କ ନିଜ ସଂପର୍କିୟ କେହି ନାହାନ୍ତି । ଏକଥା ଜାଣିବା ପରେ ତତ୍ପର ହୋଇ ପଡ଼ିଥିଲେ  ନିଷ୍ଠା ପରିବାର କର୍ମକର୍ତ୍ତା ମନେ ।କାଳ ବିଲମ୍ବ ନକରି  ନିଷ୍ଠା ଟିମ୍ ପହନ୍ଚି କାଠ ଯୋଗାଡ କରିବା ସହ ଶବଦାହ କରିଥିଲା।ମୃତକ ଙ୍କର ଦୂର ସଂପର୍କିୟ ଜଣେ ମୁଖାଗ୍ନୀ ଦେଇଥିଲେ। ଏହି ଶବଦାହ ରେ ନିଷ୍ଠା ପରିବାର ର ସଂପାଦକ  ଅଶ୍ବିନୀ ତ୍ରିପାଠୀ, ଉପଦେଷ୍ଟା  ବିଦ୍ୟାଧର ଭୋଇ, ସଦସ୍ଯ  ବିରେନ୍ଦ୍ର ମହାନନ୍ଦ,ମାନସ ମେହେର, ଦୟାନିଧି ଷଢଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲ । ଏଠାରେ ସୂଚନାଯୋଗ୍ୟ ଯେ ବରଗଡ଼ ଜିଲ୍ଲାରେ ନିଷ୍ଠା ପରିବାରର ସେବା କାର୍ୟ୍ଯ କାହାରିକୁ ଅଛପା ନାହିଁ । ସବୁ ବେଳେ ଲୋକଙ୍କର ପ୍ରକୃତ ସେବା କରି ନିଷ୍ଠା ର କର୍ମକର୍ତ୍ତା ମାନେ ଉଚ୍ଚ ପ୍ରଶଂସିତ ହୋଇ ଆସୁଛନ୍ତି ।

Leave A Reply

Your email address will not be published.