ଭୁବନେଶ୍ବର(ଶାସକ ପ୍ରଶାସକ) : ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକର ବାଦିକଟା,ଭେଙ୍ଗରାଜପୁର,ଲଖମରା,ଝିଟିକି,ଲରମ୍ଭା ( ବରଗଡ଼ ) ଆଦି ଗ୍ରାମ ପଞ୍ଚାୟତର ୨୦୧୯ ମସିହାର ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଫସଲ ବୀମା ଟଙ୍କା ଅଧ୍ୟାବଧି ପାଇ ନ ଥିବାରୁ ଏକ ପ୍ରତିନିଧି ମଣ୍ଡଳ ଆଜି ଦିଲ୍ଲୀରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଓ ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଶସ୍ୟ ବୀମା ଟଙ୍କା ଚାଷୀ କିଭଳି ପାଇବେ ଓ ଲଖମରା ର ଅଙ୍ଗନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଫସଲ ବୀମା ଉପରେ ସମସ୍ତ ପ୍ରକାର ତଥ୍ଯ ଶୁଣିବା ପରେ କୃଷି ମନ୍ତ୍ରୀ ଶ୍ରୀ ତୋମର କୃଷି ବିଭାଗର ଅଧିକାରୀ ମାନଙ୍କୁ ତୁରନ୍ତ ବୀମା ଟଙ୍କା ଚାଷୀ କିଭଳି ପାଇବେ କୃଷି ବିଭାଗର ଉଚ୍ଚ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଙ୍ଗନଦୀ ଉପରେ ପୋଲ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ମୁଖ୍ୟ ଶାସନ ସଚିବ ଓ ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ସହ ଆଲୋଚନା କରି ପୋଲ ନିର୍ମାଣ ପାଇଁ ରହିଥିବା ବାଧାକୁ ତୁରନ୍ତ ଦୂର କରିବା ପାଇଁ ଅନୁରୋଧ କରିଥିଲେ । ଆଗରୁ ମଧ୍ୟ ପୋଲ ନିର୍ମାଣ ଓ ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଆଲୋଚନା ସମୟରେ ବରଗଡ଼ ଲୋକସଭା ସାଂସଦ ଶ୍ରୀ ସୁରେଶ ପୂଜାରୀ,ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ,ଚାଷୀ ନେତା ଶ୍ରୀ ବାଜୁବନ ନାୟକ,ବିମଳ କୁମାର ସାହୁ,ସୌମିତ୍ରୀ ପ୍ରଧାନ,ଶ୍ରୀକାନ୍ତ ମିଶ୍ର, ଇନ୍ଦ୍ରମଣି ଶାସ୍ତ୍ରୀ ଆଦି ଉପସ୍ଥିତ ଥିଲେ । କୃଷି ମନ୍ତ୍ରୀଙ୍କ ସହ କୃଷି ଭବନରେ ଆଲୋଚନା ହୋଇଥିବା ବେଳେ ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀଙ୍କ ସହ ତାଙ୍କ ବାସ ଭବନରେ ଆଲୋଚନା ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post