ଗତ ରବିବାର ଦିନ ପୂର୍ବତଟ ରେଳପଥ ପଣ୍ୟ ବୋଝେଇ କଲା ୧୦ ହଜାର ୱାଗନ : ଚଳିତ ଆର୍ଥିକ ବର୍ଷର ସର୍ବାଧିକ

0

ଚଳିତ ଆର୍ଥିକ ବର୍ଷରେ ୧୦୪ ନିୟୁତ ଟନ ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ ଭାରତୀୟ ରେଳବାଇର ପ୍ରଥମ  |

ଭୁବନେଶ୍ୱର(ଶାସକ ପ୍ରଶାସକ) : ପୂର୍ବ ତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ତଥା ଏପ୍ରିଲ ମାସ ପହିଲା ଠାରୁ  ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ପ୍ରାୟ ୧୦୪.୮୮  ନିୟୁତ ଟନ୍ ମାଲ ପରିବହନ କରିଛି ଯାହା ଭାରତୀୟ ରେଳବାଇରେ ଏହି ଆର୍ଥିକ ବର୍ଷରେ ଏହି ମାଇଲଖୁଣ୍ଟ ବହନ କରିବାରେ ପ୍ରଥମ ରେଳବାଇ ଜୋନ ଅଟେ ଏବଂ ଲକଡାଉନ୍ ସମୟରେ ବିଭିନ୍ନ ବାଧାବିଘ୍ନ ସତ୍ୱେ ଏହା ଗତ ବର୍ଷର ମାଲ ପରିବହନର ପ୍ରାୟ ୫୦%ରୁ ଅଧିକ ପଣ୍ୟ ବୋଝେଇ କରିପାରିଛି  |

ଗତ ରବିବାର ଦିନ ତଥା ନଭେମ୍ବର ମାସ ୮ ତାରିଖ ଦିନ, ପୂର୍ବତଟ ରେଳପଥ ୧୦ ହଜାର ୱାଗନ୍ ମାଲ ପରିବହନ କରିଛି ଯାହା ଚଳିତ ଆର୍ଥିକ ପର୍ସ ପରିବହନ ବା ପଣ୍ୟ ବୋଝେଇ କ୍ଷେତ୍ରରେ ସର୍ବାଧିକ | ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ପାଇଁ ରେଳ ବୋର୍ଡର ଚେୟାରମ୍ୟାନ୍ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପୂର୍ବ ତଟ ରେଳପଥକୁ ଅଭିନନ୍ଦନ ଜଣାଇଛନ୍ତି |

ଏହି ସଫଳତା ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ମଧ୍ୟ ଏହାର ତିନୋଟି ରେଳମଣ୍ଡଳର କର୍ମଚାରୀମାନଙ୍କୁ ଏହି ଉଲ୍ଲେଖନୀୟ ପଣ୍ୟ ବୋଝେଇ ହାସଲ ପାଇଁ  ପ୍ରଶଂସା କରିଥିବାବେଳେ ସେମାନଙ୍କର ନିଷ୍ଠାପର କଠିନ ପରିଶ୍ରମ ଜାରିରଖିବାକୁ କହିଛନ୍ତି ଯାହାଦ୍ୱାରା ଏହି ରେଳପଥ ଏକ ଶ୍ରେଷ୍ଠ ରେଳପଥ ଭାବେ ଏହାର ଗାରିମା ବଜାୟ ରଖିବାରେ ସଫଳ ହେବ  | ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶ୍ରୀ ବିଦ୍ୟା ଭୂଷଣ ରେଳପଥର ପ୍ରତ୍ୟେକ ରେଳ ମଣ୍ଡଳକୁ ଯୌଥ ପୁରସ୍କାର ଘୋଷଣା କରିଛନ୍ତି  |

 

Leave A Reply

Your email address will not be published.