ବରଗଡ ୧୦୦ଟି ପରିବାର କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

0

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ଦାନିଏଲ୍  ଟ୍ରଷ୍ଟର ସହାୟତା ରେ ବରଗଡ ସିମେଣ୍ଟ ନଗର ସ୍ଥିତ ପିପିଲି ପାଲି ଠାରେ ଅନୁଷ୍ଠାନ ପକ୍ଷରୁ ୧୦୦ଟି ପରିବାର କୁ ଗୋଟିଏ ମାସର ରାସନ୍ ସାମଗ୍ରୀ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ବରଗଡ ବିଧାୟକ   ଦେବେଶ ଆଚାର୍ଯ୍ୟ,ଏସିସି Hr ମୁଖ୍ୟ  ସମୀର ରାଉତ, ଦାନିଏଲ୍ ଟ୍ରଷ୍ଟ ର ମୁଖ୍ୟ ପ୍ରମୋଦ କୁମାର ଦାନିଏଲ୍, ଅନୁଷ୍ଠାନର ମୁଖ୍ୟ  ମୁକୁନ୍ଦ ଦାଶ, ମେନକା ବାଗ, ରୀତାଞ୍ଜଲି ଦାଶ, ସବିତା ଛତର, ରିତା ବିଭାର ଯୋଗଦାନ କରିଥିଲେ। ଏହା ସହିତ ୧୦୦ ଟି  ବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର କମ୍ବଳ,ମାସ୍କ, ଇତ୍ୟାଦି ପ୍ରଦାନ କରାଯାଇଥିଲା ଅନ୍ଯ ମାନଙ୍କ ମଧ୍ୟରେ  ମହିମା ଦାନିଏଲ୍,  ଚନ୍ଦ୍ର ମଣୀ ତାଣ୍ଡି, ନିଳାମ୍ବର ତାଣ୍ଡି,ପ୍ରଶ୍ନନ୍ନ କୁମାର, ଶ୍ଯାମ କୁମାର ଓ ମୁନ୍ନା  କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Leave A Reply

Your email address will not be published.