ରାୟପୁର ଗାଁର ମା ପାଟଚଣ୍ଡି କ୍ଲବ ତରଫରୁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ଶିବିର

0

ନୟାଗଡ଼ (ବିଶ୍ୱଜିତ ନାୟକ) – ନୟାଗଡ଼ ଜିଲ୍ଲା ଚାହାଳି ପଂଚାୟତ ର ନୂଆ ରାୟପୁର ଗାଁର ମା ପାଟଚଣ୍ଡି କ୍ଲବ ତରଫରୁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୨୪ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା । ମା ପାଟଚଣ୍ଡି ବ୍ଲକର ସମସ୍ତ ସଭ୍ୟ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।ମହାମାରୀ କରୋନା ସମୟରେ ଦେଖାଯାଉଥିବା ରକ୍ତର ଅଭାବକୁ ଦୂର କରିବାପାଇଁ ପାଟଚଣ୍ଡି କ୍ଲଵର ସଦସ୍ୟଙ୍କର ଏପରି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।ତେବେ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମହାମାରୀ କୋଭିଡ -୧୯ କଟକଣା ନିର୍ଦେଶକୁ ମାନି ସାମାଜିକ ଦୂରତା ଓ ମୁହଁରେ ମାସ୍କ ପିନ୍ଧି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।

Leave A Reply

Your email address will not be published.