ଜିଲ୍ଲା ଲେଖିକା ସଂସଦର ତୃତୀୟ ବାର୍ଷିକ ସମାରୋହ

0

04-06-18-jajpur-sahity.jpg - 61.99 kB

ଯାଜପୁରରୋଡ୍ : ଯାଜପୁର ରୋଡ଼ ସ୍ଥିତ  ଉତ୍ସବ ପ୍ୟାଲେସଠାରେ ଜିଲ୍ଲା ଲେଖିକା ସଂସଦ ପକ୍ଷରୁ ତୃତୀୟ ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖପତ୍ର ଲୋକାର୍ପଣ, ପୁସ୍ତକ ଉନ୍ମୋଚନ, କବିତା ପାଠୋତ୍ସବ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଲେଖିକା ସଂସଦର ସମ୍ପାଦିକା ବ୍ରଜେଶ୍ୱରୀ ସିଂଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକାଶ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଏଡିଏମ ସନ୍ତୋଷ କୁମାର ମିଶ୍ର, କବୟିତ୍ରୀ ବୀଣାପାଣି ପଣ୍ଡା, ବିଦ୍ୟୁଲତା ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ମିରିନା ମହାନ୍ତିଙ୍କ “ସଖୀ’ ଏବଂ ଧରିତ୍ରୀ ଦାସଙ୍କ “ପଢ଼ିଲେ ଜାଣିବୁ ଧନ’ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା । ଜିଲ୍ଲାର କୋଣଅନୁକୋଣରୁ ଲେଖକ/ଲେଖିକା ଯୋଗଦେଇ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲେଖିକା ଅଞ୍ଜୁବାଳା ଜେନା, ହେମଲତା ସିଂ, ଧୀପ୍ରଭା ଦେବୀ, ପ୍ରଜ୍ଞା ପ୍ରବର୍ତ୍ତିକା ଦାସ, ଇନ୍ଦୁଲେଖା ସାମଲ, ମିରିନା ମହାନ୍ତି, ଜୟନ୍ତୀ ଜେନା, ଲବଙ୍ଗଲତା ପରିଡ଼ା, ମାଠଖଳିକା ଦାସ, ଯୁଗପ୍ରଭା ସାବତ, ରୀନା ମହାପାତ୍ର, ଅପର୍ଣ୍ଣା ଦାସ, କାଞ୍ଚନ ମଲ୍ଲ, ଗାୟତ୍ରୀ ନାଏକ, ଧରିତ୍ରୀ ଦାସ, ସାବିତ୍ରୀ ମିଶ୍ର, ପ୍ରମିଳା ପ୍ରତାପ, ମଧୁସ୍ମିତା ନାୟକ, ଅନଙ୍ଗପ୍ରଭା ନାୟକ, ପଦ୍ମଜା ଶରଣ, ଶକୁନ୍ତଳା ଦାସ, କବି ସୂର୍ଯ୍ୟମଣି ଖୁଣ୍ଟିଆ, ରମାକାନ୍ତ ଜେନା, ପ୍ରସନ୍ନ ସ୍ୱାଇଁ, ରାଜକିଶୋର ପାଢ଼ୀ, ଶିବଚରଣ ମାଝୀ, ଅକ୍ଷୟ ଦାସ, ଚକ୍ରଧର ବିଶ୍ୱାଳ, ସୁଦାମ ନାୟକ, ଅଖିଳ ମୋହନ, ଦୟାନିଧି ନାୟକ, ରଙ୍ଗାଧର ମହାପାତ୍ର, ଅକ୍ଷୟ ପଣ୍ଡାଙ୍କ ସମେତ ଶତାଧିକ କବି/କବୟିତ୍ରୀ ଯୋଗଦେଇଥିଲେ । ଶେଷରେ କବୟିତ୍ରୀ ଯୁଗପ୍ରଭା ସାବତ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

Leave A Reply

Your email address will not be published.