ଗଞ୍ଜାମ ଜିଲ୍ଲା ବୈଦିକ ବ୍ରାହ୍ମଣ ସମାଜର ପୂର୍ବତନ ସଭାପତିଙ୍କ ଦେହାନ୍ତ ।

0

ବୁଗୁଡା : ଗଞ୍ଜାମ ଜିଲ୍ଲା ବୈଦିକ ବ୍ରାହ୍ମଣ ସମାଜର ପୂର୍ବତନ ସଭାପତି ଶିବ ପ୍ରସାଦ ଦାଶଙ୍କ ନଭେମ୍ବର ୭ ତାରିଖ ଦିନ ସକାଳ ସାଢ଼େ ସାତଟା ସମୟରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ଶିବ ପ୍ରସାଦ ଦାଶ ଦୀର୍ଘ ଦିନଧରି ଅସୁସ୍ଥ  ଥିବା ବେଳେ ଆଜି ତାଙ୍କର ବୁଗୁଡା ଅରବିନ୍ଦ ନଗର ବାସଭବନରେ ଦେହାନ୍ତ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, ପୁତ୍ର, ପୁତ୍ରବଧୁ, ଭାଇ ଏବଂ ପରିବାରର ଅନ୍ୟ ସଦସ୍ୟ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ତାଙ୍କର ଅନ୍ତିମ ଦର୍ଶନ ପାଇଁ ବହୁ ମାନ୍ୟଗଣ ଯାଇଥିବା ବେଳେ ମରଶରୀରକୁ ଏକ ଶୋଭାଯାତ୍ରାରେ ନେଇ ବାଘୁଆ ନଦୀ ପଠାରେ ଅନ୍ତିମ ସଂସ୍କାର କରିଥିଲେ। ସ୍ବର୍ଗତ ଦାଶ ଗଞ୍ଜାମ ଜିଲ୍ଲା ବୈଦିକ ସମାଜର ସଭାପତି ପଦବୀରେ ବହୁ ସମୟ ରହିଥିଲେ। ସେ ବୁଗୁଡା ଏନଏସିର କାଉନସିଲର ଥିବା ବେଳେ ନିଜର ଧର୍ମପତ୍ନୀ ପ୍ରେମାଲତା ଦାଶ ବୁଗୁଡା ଏନଏସିର ଅଧ୍ୟକ୍ଷା ଥିଲେ। ସେ ୧୯୫୮ ମସିହା ଜୁନ ୨୫ ତାରିଖରେ ଜନ୍ମଗ୍ରହଣ କରିଥିବା ବେଳେ ୬୩ ବର୍ଷ ବୟସରେ ଦେହତ୍ୟାଗ କଲେ। 

ରିପୋର୍ଟ : ଡ଼ଃ.କୁମୁଦ ଚନ୍ଦ୍ର ବେହେରା

Leave A Reply

Your email address will not be published.