ସଖୀ କେନ୍ଦ୍ରର ପ୍ରତିଷ୍ଠା ଦିବସ ପାଳିତ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :”ସେହେଡ଼ା” ଅନୁଷ୍ଠାନ ଦ୍ବାରା ପରିଚାଳିତ ‘ୱାନ ଷ୍ଟପ ସେଣ୍ଟର’ (ସଖୀ) ର ପ୍ରଥମ ପ୍ରତିଷ୍ଠା ଦିବସ  ପାଳିତ ହୋଇଯାଇଛି। କୋଭିଡ-19ର ସମସ୍ତ ନିୟମାବଳୀ ଅନୁଯାୟୀ ପାଳିତ ଏହି ଅବସରରେ ମୂଖ୍ୟ ଅତିଥି ଭାବରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥି ଭାବରେ  ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡଃ ଜଗଦୀଶ ଚନ୍ଦ୍ର ବାରିକ,ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ସୁପ୍ରଭା  ସେଠ,ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ହୃଷିକେଶ ଶତପଥୀ, ବରିଷ୍ଠ ଆଇନଜୀବୀ ଶ୍ରୀ ବି. ନାଗେଶ୍ଵର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ ସେହେଡ଼ାର ପ୍ରବନ୍ଧ ମୂଖ୍ୟ ଆଶିଷ କୁମାର ପଣ୍ଡା। ସେହେଡ଼ା ଅନୁଷ୍ଠାନର ନିର୍ଦ୍ଦେଶକା ଆନନ୍ଦିନୀ ପାଢ଼ୀ ସଖୀ କେନ୍ଦ୍ରର ବାର୍ଷିକ ବିବରଣୀ ପାଠ କରିଥିଲେ। ସଖୀ କେନ୍ଦ୍ରର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ସମାଜ ସେବାକୁ ଈଶ୍ବରଙ୍କ ସେବା ବୋଲି କହିଥିଲେ ମୂଖ୍ୟ ଅତିଥି। ଏହା ସହ ସେ ପ୍ରକାଶ କରିଥିଲେ ଯେ ମନସ୍ତାତ୍ତ୍ବିକ ଚିକିତ୍ସା ବର୍ତ୍ତମାନ ସମୟରେ ଅତ୍ୟନ୍ତ ଜରୁରୀ। ସଖୀ କେନ୍ଦ୍ରର ପରାମର୍ଶଦାତ୍ରୀ ମଧୁସ୍ମିତା ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଦସ୍ୟା ବନ୍ଦନା ପଣ୍ଡା,ସୁନୀତା ଭଏଁସା,ଯାଜ୍ଞସେନୀ ନାଏକ, ରାଜା ପଶାୟତ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.