ରମାକାନ୍ତ ବିଶ୍ବାଳ /ସମ୍ବଲପୁର: ସମ୍ବଲପୁର ଜିଲ୍ଲା କଂଗ୍ରେସ ମୁଖ୍ୟ କାଯ୍ୟାଲୟ ଠାରେ ଆଜି ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରି କମିଟି ସଭା ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଜିଲ୍ଲାକଂଗ୍ରେସ କମିଟିର ସଭାପତି ଅଶ୍ୱିନୀ ଗୁରୁ ଙ୍କ ନେତୃତ୍ଵରେ ହୋଇଥିବା ଏହି କାଯ୍ୟକାରି କମିଟି ସଭାରେ ଜିଲ୍ଲା ର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ସଭାପତି ଅଶ୍ୱିନୀ ଗୁରୁ ଙ୍କ ସାଂଗଠନିକ ଦକ୍ଷତାର ପ୍ରଶଂସା କରାଯାଇଥିଲା । ଏହା ସହ ଆଗକୁ ଦଳ କିପରି ତୄଣମୂଲ ସ୍ତର ରୁ ସୁଦୃଢ ହୋଇପାରିବ ସେନେଇ ରଣନୀତି ପ୍ରସ୍ତୁତ କରାଯାଇଥିଲା । ଏହାସହ ଆଗକୁ କେନ୍ଦ୍ର ସରକାରଙ୍କ କୄଷି ଆଇନ,ବିଦ୍ୟୁତ ବିଳ ବୄଦ୍ଦି ନେଇ ଆନ୍ଦୋଳନ ତିବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟପଟେ ସମ୍ବଲପୁର ଜିଲ୍ଲାର କୋଭିଡ ପରିଚାଳନା ରେ ପ୍ରସାସନିକ ବିଫଳତା ନେଇ ପ୍ରଶ୍ନବାଚୀ ସୄଷ୍ଟି କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post