ଅଲିକୁଦରେ କନ୍ଧ ସମାଜର ବୈଠକ ଓ ନୂତନ କମିଟି ଗଠନ

0

04-06-18-baud.jpg - 71.78 kB

କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ ନାଏକ) କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ଅଲିକୁଦ ଗ୍ରାମରେ କନ୍ଧ ସମାଜର ମହା ସମାରୋହ ଅନୁଷ୍ଠିତ  ହୋଇଯାଇଛି । ସକାଳୁ ଗ୍ରାମର ଇଷ୍ଟଦେବୀ ମାଁ କନେ୍ଧନବୁଢୀଙ୍କୁ ପୂଜା କରାଯାଇ ସମାଜର ବରିଷ୍ଠ ବ୍ୟକ୍ତିଙ୍କୁ ଫୁଲମାଲ ଓ ନୂତନ ବସ୍ତ୍ର ଦେଇ ଭବ୍ୟ ସ୍ୱାଗତ ପୂର୍ବକ ପାରମ୍ପରିକ ଆଦିବାସୀ ବାଦ୍ୟର ତାଳେତାଳେ ଗ୍ରାମ ପରିକ୍ରମା କରାଯାଇଥିଲା । ପରେ ଅପରାହ୍ନ ୨ଘଣ୍ଟା ସମୟରେ ଗ୍ରାମର ମହୁଲତୋଟା ଠାରେ କନ୍ଧ ସମାଜର ଇଷ୍ଟଦେବୀ ଆଦିମାତା ଆଦିଶକ୍ତିଙ୍କୁ ପୂଜା କରାଯାଇ ଏକ ବୈଠକ ଅନୁଷ୍ଠିତ  ହୋଇଥିଲା । ବିବତ୍ସ  କଅଁରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ  ବୈଠକରେ ଦାମୋଦର ଭୋଇ, ଗୋବିନ୍ଦ ମଲିକ, ହୃଷିକେଶ କହଁର, ଋଷଭ ମଲିକ, କାର୍ତ୍ତିକ ସାହୁ ପ୍ରମୁଖ ଯୋଗଦେଇ କନ୍ଧ ସମାଜର ସମାଜିକ ପ୍ରତିବଦ୍ଧତା, ନାରୀ ଶିକ୍ଷାର ବିକାଶ, କୁସଂସ୍କାର ଦୂରୀକରଣ ଏବଂ ସରକାରୀ କାର୍ଯ୍ୟର ସମୀକ୍ଷା ଇତ୍ୟାଦି ବିଷୟରେ ଉଦବୋଧନ ଦେଇଥିଲେ । ଶିକ୍ଷାବିତ ତେଜରାଜ କହଁର ଗରିବ ଆଦିବାସୀ ପିଲାଙ୍କ ଶିକ୍ଷାର ଅଗ୍ରଗତି ପାଇଁ ଭୂବନେଶ୍ୱରରେ ଅଚ୍ୟୁତ ସାମନ୍ତଙ୍କ ପ୍ରତିଷ୍ଠିତ  କିସ୍ ବିଦ୍ୟାଲୟ ମାଗଣାରେ ଯୋଗାଇ ଦେଉଥିବା ସାହାଯ୍ୟ  ସହଯୋଗ ବିଷୟରେ କହିଥିଲେ । ଆଲୋଚନା ଅନ୍ତେ ବିଲିବିଟି  ପ୍ରଗଣାର କନ୍ଧ  ସମାଜକୁ ନେଇ ନୂତନ କମିଟି ଗଠନ କରାଯାଇଥିଲା ଓ ସର୍ବସମ୍ମତିକ୍ରମେ ବିବତ୍ସ  କଅଁରଙ୍କୁ ସଭାପତି, ସର୍ବେଶ୍ୱର ସାହୁଙ୍କୁ ଉପ ସଭାପତି, ଧୁବଳେଶ୍ୱର କଅଁରଙ୍କୁ ସମ୍ପାଦକ ଓ ନୃପ ମଲିକଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଗଲା । ସେହିପରି ଭାବରେ ଉପଦେଷ୍ଟା ମଣ୍ଡଳିରେ ମାର୍କଣ୍ଡ ସାହୁ, ଶିବ ଦେହୁରୀଆ,ଶରତ ଦେହୁରୀଆ,ଦେବହରି ମଲିକ,ଶ୍ରୀପତି ସାହୁ,ଦେବରାଜ କଅଁର,ରାମକୃଷ୍ଣ ମାଝୀ, ଲିଙ୍ଗ ସାହୁଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରି ସଦସ୍ୟ ଭାବେ ମହେଶ୍ୱର ମଲିକ,ବାସୁଦେବ ଭୋଇ, ବାଲୁତ ସାହୁ, ଲଲିତ କଅଁର, ସଜିଳ କଅଁର, ଚକ୍ରଧର ଭୋଇ, ପ୍ରହଲ୍ଲାଦ ଭୋଇ, ପୁରସ୍ତମ ମଲିକ ଓ ଧନେଶ୍ୱର ସାହୁଙ୍କୁ ଚୟନ କରାଯାଇଛି । ତୁର୍କା ପ୍ରଗଣାର ସଭାପତି ସାମନ୍ତ ମାଝୀ ସଭାପତିତ୍ୱ କରିଥିବା ବେଳେ ବଂଶୀଧର ମାଝୀ ଧନ୍ୟବାଦ ଦେଇଥିଲେ । ପରମାନନ୍ଦ ସାହୁ, ବିବତ୍ସ  ଭୋଇ, ସୁଦାମ ଭୋଇ ଏବଂ ଅଲିକୁଦ ଗ୍ରାମବାସୀ ସହ  ଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବିଳିବିଟି,  ତୁର୍କା, କୁଦୁର୍କା ଓ ମୁହାସିଙ୍ଗ  ପ୍ରଗଣାର କନ୍ଧ ଭାଇମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.