ଝାରସୁଗୁଡ଼ା :(ସୁଭାଷ ସହାରେ)-ବର୍ତ୍ତମାନ ଭାରତରେ କୋରୋନାର ପ୍ରଭାବ। କୋରୋନା ସଂକ୍ରମଣର ବୃଦ୍ଧି ଭୟରେ ଭାରତରେ ଏଥର ଆଇପିଏଲ୍ ମ୍ୟାଚଗୁଡ଼ିକ କରିବାକୁ ଅନୁମତି ଦେବାରୁ ବିରତ ରହିଲେ ସରକାର। ମାତ୍ର ଏହାକୁ ଦୁବାଇ ସରକାର ନିଜର ଷ୍ଟାଡିୟମରେ କରାଇବା ପାଇଁ ସହମତ ହେଲେ। କିନ୍ତୁ ସୁଦୂର ଦୁବାଇରେ ଏହି ଟୁର୍ଣ୍ଣାମେଣ୍ଟ ହେବା ସତ୍ତ୍ୱେ ଏହାକୁ ନେଇ ଜୁଆ ବନ୍ଦ ହୋଇନାହିଁ। ଏ ବର୍ଷ ମଧ୍ୟ ଦେଶରେ ଅନେକ ସ୍ଥାନରେ ଏହି ଖେଳକୁ ନେଇ ଜୁଆ ଚାଲିଛି। ଛତିଶଗଡ଼ ରାଜ୍ୟରୁ ଆସି ଝାରସୁଗୁଡ଼ାରେ ବେଟିଂରେ ସଂପୃକ୍ତ ଥିବା ଏକ ଗୋଷ୍ଠୀକୁ ଗିରଫ କରିଛି ବେଲପାହାଡ଼ ପୋଲିସ। ଛତିଶଗଡ଼ର ରାୟଗଡ଼ରୁ ଆସି ଏହି ଦଳ ଆଇପିଏଲ ମ୍ୟାଚକୁ ନେଇ ବେଟିଂ କରୁଥିଲେ। ବେଲପାହାଡ଼ ପୋଲିସ case no- 289, D t-05.11.20, u/s- 420/34 IPC R/W- 4/5 PCMC act/3 OPG Act ଅନୁଯାୟୀ ଏଥିରେ ସଂପୃକ୍ତ ଥିବା ପ୍ରଦୀପ ପଟେଲ, ଆରିଫ ଅହେମଦ, ମହମ୍ମଦ ୱାସିମ, ବିଜୟ ଶର୍ମା, ଶେର ଖାନ ଓ ଜଗନ୍ନାଥ ସିଂହ ନାମରେ କେସ ରୁଜୁ କରି ସେମାନଙ୍କୁ ଗିରଫ କରିଛି ଓ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନଙ୍କ ପାଖରୁ ଗୋଟିଏ ଲ୍ୟାପଟପ, ଦୁଇଟି ମୋବାଇଲ ଟାବଲେଟ, ୨୦ଟି ମୋବାଇଲ ଫୋନ, ନଗଦ ୧,୦୧,୩୦୦ ଟଙ୍କା ଏବଂ ଗୋଟିଏ ରେନଲ୍ଟ ଡଷ୍ଟର କାର ଜବତ କରିଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.