ଭୁବନେଶ୍ୱର (ଶାସକ ପ୍ରଶାସକ) : ଡିସେମ୍ୱର ୩୧ ତାରିଖ ଯାଏଁ ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିବ ; ଏ ନିଷ୍ପତ୍ତି ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ | ଏ ମର୍ମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଦସ୍ତଖତରେ ବାହାରିଛି ବିଜ୍ଞପ୍ତି | ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବା ପାଇଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିବା ବେଳେ ରାଜ୍ୟରେ କୋଭିଡି ସ୍ଥିତି ଓ ସମ୍ଭାବ୍ୟ ଦ୍ଵିତୀୟ କରୋନା ଲହରକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇ | ସୂଚନାଯୋଗ୍ୟ ଯେ ବିଭିନ୍ନ ବର୍ଗ ସହ ଆଲୋଚନା କରି ପିଲାମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କଣ କରାଯାଇପାରି ସେ ଉପରେ ସବିଶେଷ ତର୍ଜ୍ଜମା କରିବା ପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ ଭିତ୍ତି କରି ବିଭାଗ ପକ୍ଷରୁ ପରାମର୍ଶ ଓ ବିଶ୍ଳେଷଣ କରାଯାଇ ଏହି ପଦକ୍ଷେପ ନିଆ ଯାଇଛି |
Sign in
Sign in
Recover your password.
A password will be e-mailed to you.
Next Post