ଅସହାୟ ଦିବ୍ୟାଙ୍ଗ ଛାତ୍ରର ଦୁଃଖରେ ସାହା ହେବ କିଏ ।

0 1

ମାଲକାନଗିରି ( ବି ଶ୍ରୀନିବାସ ପାତ୍ର) : କୋରକୁଣ୍ଡା ବ୍ଲକର ଖ୍ରୀଷ୍ଟିଆନ ସାହିରେ ରହୁଥିବା ଜଣେ ଦିବ୍ୟାଙ୍ଗ ଛାତ୍ର ବି ୟାକବଙ୍କ ଦୁଃଖର କଥା କହିଲେ ନ ସରେ। ଦୁଃଖ ଦୁଇଟି ମାତ୍ର ଅକ୍ଷର, ଏହି ଶବ୍ଦ ଭାବରେ ଲୁଚି ରହିଛି ଅନେକ କୋହ ଯନ୍ତ୍ରଣା ବିଷାଦଭରା କରୁଣ କାହାଣୀ। ବର୍ଷ ତଳେ ରାସ୍ତା କାମ କରିବାକୁ ଯାଇ ବିଦ୍ୟୁତ  ତାର ସଂସ୍ପର୍ଶରେ ଆସି ହାତ ଗୋଡ଼ ପଡ଼ି ଯାଇଥିଲା | ହେଲେ ଅନେକ ଦିନର ସଂଘର୍ଷ ପରେ ଜୀବନ ବଞ୍ଚି ଯାଇଥିଲା | ଡାହାଣ ହାତ ନଷ୍ଟ ହେବାରୁ ହତଟିକୁ କାଟିବାକୁ ପଡିଥିଲା।ବି ୟାକବ ସେତେବେଳେ ନବମ ଶ୍ରେଣୀରେ ପଢୁଥିଲେ।ସ୍କୁଲ ତରଫରୁ ତାଙ୍କୁ ଗୋଟିଏ କୁତ୍ରିମ ହାତ ମଧ୍ୟ ଯୋଗାଇ ଦିଆଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ତରଫରୁ ଲକ୍ଷ ଟଙ୍କାର ସହାୟତା ଦିଆ ଯାଇଥିଲା।

ୟାକବ ର ପରିବାର କହିଲେ ବାପା ମା ଭାଇ ଭଉଣୀ। ବାପା ମା କୁଲି କାମ କରନ୍ତି ସେଥିରୁ ଯାହା ମିଳେ ପାଞ୍ଚ ପ୍ରାଣୀ କୁଟୁମ୍ବ ଦୁଇ ମୁଠା ଖାଇବାକୁ ପାଇବା କଷ୍ଟକର ହୋଇଥାଏ। ବି ୟାକବ କୁ ଦିବ୍ୟାଙ୍ଗ ଯୋଜନାରେ ଗୋଟିଏ ଘର ମଧ୍ୟ ଦିଆଯାଇଛି। ସେଇ ଘରେ ଅସୁସ୍ଥ ବାପା, ମା, ଭାଇ ଭଉଣୀ ରହୁଥିବା ବେଳେ ବି ୟାକବ ଗୋଟିଏ ମାଟି କୁଡ଼ିଆ ଘରେ ରହି ପଢା ପଢି କରନ୍ତି ଓ ନିଜ କାମ ନିଜେ କରନ୍ତି।

ସାରା ପୃଥିବୀରେ ବର୍ତ୍ତମାନ କୋଭିଡରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କଲାବେଳେ ଏହି ଗରିବ ପରିବାର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାପାଙ୍କ ଦେହ ଭଲ ନ ଥିବାରୁ ଖଟରେ ପଡ଼ି ରହନ୍ତି।  ୟାକବ ଯୁକ୍ତ ୩ ଶ୍ରେଣୀର ଦ୍ଵିତୀୟ  ବର୍ଷର ଛାତ୍ର ହେଲେ ଅର୍ଥର ଅଭାବ ଯୋଗୁଁ ଉଚ୍ଚ ଶିକ୍ଷା ହାସଲ କରିବା ତା ପାଇଁ ସାତ ସପନ। ଯେଉଁ କୃତ୍ରିମ ହାତ ଦିଆଯାଇଥିଲା ତାହା ମଧ୍ୟ ଖରାପ ହୋଇଯାଇଛି। ତେଣୁ ୟାକବ ଗୋଟିଏ କୁତ୍ରିମ ହାତ, ନିଜ ପାଠପଢା ଓ ଖଣ୍ଡେ ଚାକିରୀ ପାଇଁ ଗଣମାଧ୍ୟମ ଆଗରେ ପ୍ରଶାସନ ନିକଟରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ଦିବ୍ୟାଙ୍ଗ।

Leave A Reply

Your email address will not be published.