ପଦ୍ମପୁର(ଶାସକ ପ୍ରଶାସକ)- ଦିପାବଳୀକୁ ଆଉ ଦଶଦିନ ବାକିଥିବା ବେଳେ ଚଳିତ ବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ବରଗଡ଼ରେ ବାଣ ବିକ୍ରି ଓ ଫୁଟାଇବା ଉପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କଟକଣା ଜାରି କରାଯାଇଛି। ପ୍ରତ୍ୟେକ ପର୍ବପର୍ବାଣୀ ଅସହାୟ ଗରିବ ଲୋକଙ୍କ ସହିତ ପାଲନ କରୁଥିବା ବରଗଡ଼ର ବରିଷ୍ଠ ସମାଜସେବୀ ଗୀତା ତାଙ୍କର ନିଜସ୍ୱ ଉଦ୍ୟମରେ ଆଜି ବରଗଡ଼ ଘୁଲିପାଲି ଠାରେ ଥିବା ବିମଳା ଦେବୀ ଚାରିଟେବୁଲ ସୋସାଇଟିର ଅନ୍ତେବାସୀ ମାନଙ୍କୁ ଏକ ୩୨ ଇଂଚର ଟିଭି ପ୍ରଦାନ କରିଛନ୍ତି। ଟିଭି ନଥିବାରୁ ଅନ୍ତେବାସୀ ମାନେ ଛୁଟି ସମୟରେ ଘରେ ରହି ବିରକ୍ତ ହେଉଥିବା ଖବର ପାଇ ଗୀତା ମିଶ୍ର ଏହି ଟିଭି ପ୍ରଦାନ କରିଛନ୍ତି। ଏଥିପାଇଁ ତାଙ୍କୁ ଅନ୍ତେବାସୀ ମାନଙ୍କ ତରଫରୁ ଗୀତା ମିଶ୍ର ଏବଂ ଉପସ୍ଥିତ ଥିବା ସୀମା ଆଚାର୍ଯ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.