ପଣ୍ଡା କମ୍ପାନୀର ସାରୁଅ ଜମି ହଡପ ମାମଲା : ଚଞ୍ଚକତାରେ ହୋଇଛି ଲୋକଙ୍କ ଜମି ହଡପ 

0 1

ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କଲେ ଅତିରିକ୍ତ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ 

ଭୁବନେଶ୍ୱର: ଧୀରେ ଧୀରେ ଫିଟୁଛି ଗୁମର | ପଦାକୁ ଆସୁଛି ପଣ୍ଡା କମ୍ପାନୀର କଳା କାରନାମା | ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପରିବାର ମାଲିକାନାରେ ଥିବା ଓଡ଼ିଶା ଇନଫାଟ୍ରେକ ପ୍ରାଇଭେଟ୍‌ ଲିମିଟେଡ ଦ୍ୱାରା ହୋଇଥିବା ସାରୁଅ ଜମି ହଡପ ମାମଲା ଉପରେ ନୂଆ ସୂଚନା ଦେଇଛନ୍ତି ଅତିରିକ୍ତ ଏଡିଜି  କ୍ରାଇମ୍‌ବ୍ରାଞ୍ଚ  ସୌମେନ୍ଦ୍ର ପ୍ରିୟଦର୍ଶୀ | ଓଡ଼ିଶା ଇନଫାଟ୍ରେକ ପ୍ରାଇଭେଟ୍‌ ଲିମିଟେଡ ଦ୍ୱାରା ଚଞ୍ଚକତାରେ ଲୋକଙ୍କ ଜମି ହଡପ ହୋଇଛି ବୋଲି କହିଛନ୍ତି ଏଡିଜି | 

  ଖୋର୍ଦ୍ଧା ଜିଲ୍ଲା ସାରୁଅ ଗାଁରେ ପଣ୍ଡା କମ୍ପାନୀର ଜମି ଦୁର୍ନୀତି ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇ ଏଡିଜି କ୍ରାଇମବ୍ରାଞ୍ଚ କହିଛନ୍ତି ଯେ, ଓଡ଼ିଶା ଇନଫାଟ୍ରେକ ପ୍ରାଇଭେଟ୍‌ ଲିମିଟେଡ ଜମି ହଡପ କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି |  ଚଞ୍ଚକତା କରି ଲୋକଙ୍କ ଜମି ହଡପ କରାଯାଇଛି। କେବଳ ଜଣେ ବ୍ୟକ୍ତିଙ୍କଠାରୁ ୭.୨୯ ଏକର ଜମି ନିଆଯାଇଥିବା ବେଳେ ଜମି ମାଲିକଙ୍କୁ କୌଣସି ଅର୍ଥ ଦିଆଯାଇନାହିଁ। ଏହାସହ ଜମି ନାଁରେ ବେନାମୀ ଟ୍ରାଞ୍ଜାକ୍ସନ ମଧ୍ୟ ହୋଇ ଥବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ବୋଲି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି | 

ଅନ୍ୟପକ୍ଷରେ ସାରୁଅ ଜମି ଦୁର୍ନୀତି ଘଟଣାରେ ଓଡିଶା ଇନଫ୍ରାଟେକ୍‌ ନିର୍ଦେଶକ ମନୋରଂଜନ ଷଡଙ୍ଗୀଙ୍କ ଜାମିନ ଆବେଦନର ଶୁଣାଣି ଆଜି ଘୁଞ୍ଚିଛି । ଆଜି ଜାମିନ ଆବେଦନର ଶୁଣାଣି  ଖୋର୍ଦ୍ଧା ଦୌରାଜଜଙ୍କ କୋର୍ଟରେ ହେବାର ଥିବା ବେଳେ ଆସନ୍ତା ୯ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ।

Leave A Reply

Your email address will not be published.