ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବଡ଼ମାଲ ପୋଲିସ ସତ୍ୟଜିତ ମିଶ୍ର ନାମରେ ଜଣେ ୨୫ ବର୍ଷ ବୟସ୍କ ବ୍ୟକ୍ତିକୁ ଚୋରି ଅଭିଯୋଗରେ ଗିରଫ କରିଛି ।ବଡ଼ମାଲ ପୋଲିସ ଏକ କେସ ନଂ 198/04.11.20 u/s 379 ଆଇପିସି ଧାରାରେ କେସ ରୁଜୁ କରିଛି। ଅଭିଯୁକ୍ତ ବେଦାନ୍ତ ରେଲୱେର ଭୂତଳ ରୋଡରେ ଏମ କେ କନଷ୍ଟ୍ରରକସନ ଦ୍ବାରା ନିର୍ମାଣଧିନ ରାସ୍ତାର ନିର୍ମାଣ ସାମଗ୍ରୀ ଚୋରି କରୁଥିବା ବେଳେ ଗତ ରାତିରେ ପାଟ୍ରୋଲିଂ ଦାୟୀତ୍ବରେ ଥିବା ପୋଲିସ ଦଳ ହାତରେ ଧରା ପଡ଼ିଥିଲା। ଝାରସୁଗୁଡ଼ାର ସରବାହାଲର ପ୍ରଫୁଲ୍ଲ ମିଶ୍ରଙ୍କ ପୁଅ ସତ୍ୟଜିତକୁ ଆଜି କୋର୍ଟ ଚାଲାଣ କରାଯାଇଛି।
Sign in
Sign in
Recover your password.
A password will be e-mailed to you.