ଓଡ଼ିଶା ମୋ ପରିବାର ,ଜୀବନବିନ୍ଦୁ ଏବଂ ୟୁନାଇଟେଡ଼ ଗ୍ରୁପ ଆନୁକୂଲ୍ୟରେ ରକ୍ତଦାନ ଶିବିର

0

 ସୋହେଲା (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ଏବଂ ସୋହେଲା ଅଂଚଳର ପ୍ରିୟ ନେତା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ତତ୍ତ୍ୱାବଧାନରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଚିଚିଣ୍ଡା ଠାରେ ଓଡ଼ିଶା ମୋ ପରିବାର ,ଜୀବନବିନ୍ଦୁ ଏବଂ ୟୁନାଇଟେଡ଼ ଗ୍ରୁପ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଭ୍ରାମ୍ୟମାଣ  ଭ୍ୟାନ ଦ୍ୱାରା ଅନୁଷ୍ଠିତ ଏହି  ରକ୍ତଦାନ ଶିବିରକୁ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଫିତା କାଟି ଉଦ୍ଘାଟନ କରିଥିଲେ। ଏଥିରେ ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଗୌରହରୀ ମିଶ୍ର ,ଜିଲ୍ଲା ପରିଷଦ ସଭ୍ୟ ସୁବ୍ରତ ବେହେରା ଓ ଜୀବନ ଵିନ୍ଦୁ ସହ ସଂଯୋଜକ ଅଶ୍ୱିନୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ରକ୍ତଦାନ ଶିବିରରେ ମୋଟ  ୩୪ ୟୁନିଟ ରକ୍ତ  ସଂଗୃହୀତ ହୋଇଥିଲା | 

Leave A Reply

Your email address will not be published.