ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ନୂତନ ଭାବରେ କୋଭିଡ-୧୯ ରେ ସମ୍ବଲପୁର ଜିଲ୍ଲା କୋଭିଡ କାର୍ଯ୍ୟ ପାଇଁ ସର୍ତ୍ତମୂଳକ ଭାବରେ ANM ନିଯୁକ୍ତି ପାଇଥିବା ୧୪୭ଜଣଙ୍କୁ ତାଙ୍କର ତିନି ମାସ ପୁରି ଯାଇଥିବାରୁ କାର୍ଯ୍ୟରୁ CDMO ଙ୍କ ଆଦେଶ କ୍ରମେ ବରଖାସ୍ତ କରାଯାଇଛି !ମାତ୍ର ବରଖାସ୍ତ ହୋଇଥିବା ANM ମାନେ ଗତ ୦୨ ତାରିଖ ଠାରୁ ସମ୍ବଲପୁର Covid ହସ୍ପିଟାଲ ସମ୍ମୁଖ ମୁଖ୍ୟ ଗେଟ ପାଖରେ ପୁନଃ ନିଯୁକ୍ତି କରିବାକୁ ନେଇ ଦିନ ରାତି ୩ଦିନ ଧରି ଧାରଣାରେ ବସିଥିଲେ ! ମାତ୍ର ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ସରକାର ଙ୍କ ତରଫରୁ କୌଣସି ନୂତନ ନିଯୁକ୍ତି ହୁଏ ଏମାନଙ୍କୁ ପ୍ରଥମେ ନିଯୁକ୍ତି ଦିଆଯିବ ଓ ବକେୟା ଥିବା ୩ମାସର ଦରମା ତାଙ୍କ ଏକାଉଣ୍ଟ ରେ ଯଥା ଶୀଘ୍ର ଜମା କରିଦିଆଯିବ ! ଏହାପରେ ଧାରଣା ଭଙ୍ଗ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.