ପରୀ ରଥକୁ ପୁରୁଣାକଟକରେ ସ୍ୱାଗତ ଓ ସଚେତନତା ସଭା

ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ଗତ କିଛି ବର୍ଷ ହେବ ସାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତେହ ନିଷ୍ପାପ ଶିଶୁ ମାନଙ୍କୁ ଯୌନ ନିର୍ଯାତନା ଦେବା ସହ ନିର୍ମମ ଭାବେ ହତ୍ୟା କରିବା ଘଟଣା ମାନବ ସମାଜକୁ ଲଜ୍ଜିତ କରୁଥିବା ବେଳେ ଏଭଳି ଘୃଣ୍ୟ କୁକର୍ମ ମଧ୍ୟ ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଘଟଣାକୁ ରୋକିବା ଓ ନିୟନ୍ତ୍ରଣ କରିବା ଦିଗରେ ରାଜ୍ୟ ପୋଲିସ୍ ବିଭାଗ ପକ୍ଷରୁ ପରୀ ଏକ୍ସପ୍ରେସ ଭଳି ଏକ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ରାଜ୍ୟର ବିଭିନ୍ନ ପ୍ରାନ୍ତରକୁ ସଚେତନ ର ବାର୍ତା ପହଁଚାଇବା ଏହି ଯୋଜନାର ପ୍ରୟାସ । ସେହିଭଳି ରବିବାର ସକାଳ ୯ ଟା ବେଳେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ମା ଭୈରବୀଙ୍କ ମନ୍ଦିରରେ ପରୀ ରଥ ପହଁଚିଥିଲା । ସେଠାରେ ରଥକୁ ସ୍ୱାଗତ କରି ସଂକିର୍ତନ ମାଧ୍ୟମରେ ଏକ ବିରାଟ ଶୋଭାଯାତ୍ରାରେ ପୁରୁଣାକଟକ ସ୍ଥିତ ଶିଶୁ ବିଦ୍ୟାମନ୍ଦିର ପରିସରକୁ ଆଣାଯାଇଥିଲା ।
ପୋଲିସ୍ ବିଭାଗ ପକ୍ଷରୁ ଶିଶୁମନ୍ଦିର ପରିସରରେ ଏକ ସଚେତନତା ସଭା ଆୟୋଜନ ହୋଇଥିଲା । ଉକ୍ତ ସଭାରେ ପ୍ରଥମେ ଶିଶୁମନ୍ଦିର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗିତ ପରିବାଷିତ ସହ ସଚେତନ ମୂଳକ ନାଟକ ପରିବେଷଣ ଓ ଏଲଇଡି ମଧ୍ୟମରେ ସଚେତନତା ଭିଡିଓ ପ୍ରଦର୍ଶନ କରାଯାଇଥିଲା । ବୌଦ୍ଧ ଜିଲ୍ଲା ଅରକ୍ଷୀ ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ମଂଚରେ ପ୍ରଦ୍ଧିପଜ୍ୱଳନ କରି ଶିଶୁ କନ୍ୟାର ସମ୍ପୁର୍ଣ ସୁରକ୍ଷା ପାଇଁ ଘରେ ଅଭିଭାବକ ଓ ବିଦ୍ୟାଳୟରେ ଶିକ୍ଷକ ମାନେ ମଧ୍ୟ ସଚେତନ ହେବାକୁ ନିବେଦନ କରିଥିଲେ । କଂଟାମାଳ ବିଧାୟକ ମହିଧର ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଲିସକୁ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପୋଲିସ୍ ର ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଦେବା ସହ ଶିଶୁ ମାନଙ୍କ ଉପରେ କଡା ନଜର ରଖିବା ପାଇଁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଭାବରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଗାଆଣ ଯୋଗଦେଇ ଜନସଚେତନ ହେଲେ ନାବାଳିକା ଯୌନନିର୍ଜାତନା ବନ୍ଦ ହେବା ବୋଲି ଉପସ୍ଥିତ ଅଭିଭାବକ ମାନଙ୍କୁ କହିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ଶୁସିଲ କୁମାର ପାଣିଗ୍ରାହୀ, ଭୈରବୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ଲଳିତ କୁମାର ମେହେର, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତ୍ସ୍ନା ଭୋଇ, ଜିଲ୍ଲା ପରିଷଦ ଉପାଧକ୍ଷ ଅକୃର ସେଠୀ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ରାଜ୍ୟ କଳାପରିଷଦ ସଭାପତି ଲକ୍ଷୀଧର ସାହୁ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କର୍ଯ୍ୟକ୍ରମକୁ ପୁରୁଣାକଟକ ଥାନା ଅଧିକାରୀ ଅକ୍ଷୟ କୁମାର ଘଡେଇ ପରିଚାଳନା କରିଥିବା ବେଳେ ଏଏସଆଇ ବଳଭଦ୍ର ଗଣ୍ଡା, ଏଏସଆଇ ନିଳମାଧବ କହଁରଙ୍କ ସମେତ ପୁରୁଣାକଟକ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଏହିକାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକର ସଂକୀର୍ତ୍ତନ ସଂଘ ର ପ୍ରାୟ ୨ ଶହ ସଦସ୍ୟଙ୍କ ଦ୍ୱାରା ସଂକିର୍ତନ ହୋଇଥିବା ବେଳେ ବ୍ଲକର ବିିଭିନ୍ନ ଅଂଚଳରୁ ୧୦ ରୁ ଉର୍ଦ୍ଧ ମହିଳା ମହାସଂଘ ସମେତ ପ୍ରାୟ ୧ ହାଜରୁ ଉର୍ଦ୍ଧ ସଂଖ୍ୟକ ଲୋକ ଯୋଗଦେଇଥିଲେ ।