ପଦ୍ମପୁରରେ ଚାଷୀଙ୍କର ରଣ ହୁଙ୍କାର : କୃଷି ବିଲ୍‌ ବିରୋଧରେ ଗର୍ଜିଲେ ଅନ୍ନଦାତା

0

 ବରଗଡ଼:- ନୂତନ ଭାବରେ ଆଇନରେ ପରିଣତ ହୋଇସାରିଥିବ  କୃଷି ବିଲକୁ ନେଇ ସାରାଦେଶରେ କୃଷକ ବନ୍ଧୁ ମାନେ ସ୍ବର ଉତ୍ତଳନ କରିବା ସହିତ ଏହି ଵିଲକୁ ତୀବ୍ର ବିରୋଧ କରୁଛନ୍ତି । ଆଜି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ଆହ୍ବାନରେ ବରଗଡ଼ ଜିଲା ପଦ୍ମପୁର ଗୋରୁ ବଜାର ପରିସରରେ କୃଷକ ଚେତାବନୀ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି।  ସକାଳୁ ବହୁସଂଖ୍ୟକ ଚାଷୀ ଗୋରୁ ବଜାର ପରିସରରେ ଏକତ୍ରିତ ହୋଇଥିଲେ। ସେଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ପଦ୍ମପୁର ସହର ପରିକ୍ରମା କରିବା ପରେ ଗୋରୁ ବଜାର ପଡ଼ିଆରେ ଆୟୋଜିତ ସଭାରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ, ଅଶୋକ ପ୍ରଧାନ, ରାଜବୋଡାସମ୍ବର କୃଷକ ସଂଗଠନର ବାଞ୍ଛାନିଧି ନାୟକ,ଆବାହକ ଅଶୋକ ସାହୁ, ଚାରପାଲି ପଞ୍ଚାୟତ କୃଷକ ସଂଗଠନର ବିଜୟ ସାହୁ, ଜୟ କିଶାନ ଆନ୍ଦୋଳନର ସୁଶିଲ ସାହୁ, ରମେଶ ମହାପାତ୍ର, ପ୍ରମୁଖ ଉପସ୍ଥିତ ଚାଷୀ ଭାଇ ମାନଙ୍କୁ ନୂତନ କୃଷିବିଲ ବାବଦରେ  ଉଦ୍‌ବୋଧନ ଦେଇଥିଲେ । କେନ୍ଦ୍ର ସରକାରଙ୍କର ଦ୍ୱାରା କରାଯାଇଥିବା ନୂତନ କୃଷି ବିଲ୍‌ ଚାଷୀଙ୍କ  ପରିବର୍ତେ  ପୁଞ୍ଜିପତି ତଥା ବିଭିନ୍ନ ଘରୋଇ କମ୍ପାନୀରର  ଲାଭବାନ ହେବେ ଏବଂ ଚାଷୀମାନେ ପୂର୍ବାପେକ୍ଷା ଆହୁରି ଅଧିକ ଲୁଣ୍ଠିତ, ଶୋଷିତ ହେବେ ବୋଲି  ଅଭିଯୋଗ କରିଥିଲେ ଉପସ୍ଥିତ ଚାଷୀ ନେତା ମାନେ । ଫଳରେ ଏହି ବିଲ ବିରୋଧରେ ସମସ୍ତ ଚାଷୀ ସମାଜ ସଂଗଠିତ ହୋଇ ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ସମାବେଶରେ ଆହ୍ବାନ ଦିଅଯୋଥିଲା।

ଆଜିକାର ଏହି ସମାବେଶରେ କୃଷକ ବନ୍ଧୁ ମାନଙ୍କର ତରଫରୁ ଅଂଚଳର ଦୁଇ ଜଣ ଜଣାଶୁଣା ଯୁବ ସମାଜସେବୀ  ଦିବସ କୁମାର ସାହୁ ଏବଂ ଦୀପା ବାରିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସମ୍ମାନିତ ହେବାପରେ ଉଭୟ ଦୀପା ଓ ଦିବସ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.