ଭିତ୍ତିଭୂମି ଜନିତ ଅଭାବ ତୁରନ୍ତ ପୂରଣ କରାଯିବ : ଜିଲ୍ଲାପାଳ 

0

ଗଜପତି- ରୋଗୀ କଲ୍ୟାଣ ସମିତିର ଜିଲ୍ଲା ସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ

01-06-18-gajpati.jpg - 47.88 kB

ପାରଳାଖେମୁଣ୍ଡି(ବାଳକୃଷ୍ଣ ପାଣିଗ୍ରାହୀ)  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡାକ୍ତରଖାନା ଗୁଡିକରେ ଉତ୍ତମ ଭାବେ ରୋଗୀସ୍ୱାସ୍ଥ୍ୟ ସେବାଗୁଡିକ ଉପଲବ୍ଧ ହୋଇପାରିବ ସେ ନେଇ ଗଜପତି  ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ରୋଗୀ କଲ୍ୟାଣ ସମିତିର ଜିଲ୍ଲାସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି | 

ଜିଲ୍ଲାପାଳ ଅନୁପମ ସାହା ଏହି ବୈଠକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଭିତ୍ତିଭୁମି ଆବଶ୍ୟକୀୟ ଉପକରଣ ଓ ରୋଗୀ ସେବା ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ଚିକିତ୍ସାଳୟ ଗୁଡିକରେ ରହିଥିବା ଅଭାବ ଅସୁବିଧା ଉପରେ ସମ୍ପୁର୍ଣ୍ଣ ଅବଗତ ହୋଇ ଜନସାଧାରଣଙ୍କ  ନିକଟରେ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ପକ୍ଷରୁ ଉତ୍ତମ ସେବା କିଭଳି ପହଞ୍ଚିିପାରିବ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ତଥା ଭିତ୍ତିଭୂମି ସଂରଚନା କରାଯିବ ବୋଲି ପ୍ରତିଶ୍ରୁତି  ଦେଇଥିଲେ  ଆଲୋଚନାଗୁଡିକ ମଧ୍ୟରେ ଇସିଜି ମେସିନ,  ଅସ୍ତ୍ରୋପଚାର, ଔଷଧ ଦୋକାନ ପାନୀୟ ଜଳ ଯୋଗାଣ ଖାଦ୍ୟ ଯୋଗାଣ  ବିଭିନ୍ନ ପରୀକ୍ଷା  ଉପଲବ୍ଧ ବିଭିନ୍ନ ପୁନଃ ମତାମତ  ଅଡିଓମେଟ୍ରି ଅନ୍ୟାନ୍ୟ ଉପକରଣ ଉପରେ ଆଲୋଚନା କରିଥିଲେ ।

ଏହି ବୈଠକ କାର୍ଯ୍ୟକ୍ରମେ  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ବିପିନ ପାଣିଗ୍ରାହୀ, ଜିଲ୍ଲା ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ମୁଖ୍ୟ ଚିକିତ୍ସାଳୟ ଅଧ୍ୟକ୍ଷକ ଡା.ସରୋଜ ମିଶ୍ର, ଏନ. ଆର.ଏଚ.ଏମ ଜିଲ୍ଲା ପ୍ରକଳ୍ପ ପରିଚାଳକ ମୃତ୍ୟୁଞ୍ଜୟ ମୁ¨ି ଏ.ଡି.ପି.ଏଚ୍‍ ପରିବାର କଲ୍ୟାଣ ବିଭାଗ ଡା ପ୍ରଦୀପ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.