ଇ-ବିଧାନସଭା ପାଇଁ ପ୍ରଥମ କିସ୍ତି ଅନୁଦାନ ମଞ୍ଜୁର

0

ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶା ବିଧାନସଭାର ସମସ୍ତ କାର୍ଯ୍ୟକୁ ବିନା କାଗଜରେ ସଂପନ୍ନ କରିବା ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛିା ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶରେ କେବଳ ଓଡ଼ିଶା ଏବଂ ପଞ୍ଜାବ ବିଧାନସଭା ଏହା କାର୍ଯ୍ୟକାରୀ କରିଛନ୍ତି ଏବଂ ଏଥି ପାଇଁ ଏହି ଅର୍ଥ ମଞ୍ଜୁର କରାଯାଇଛିା ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏଥି ନିମିତ୍ତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଜାତୀୟ ଇ-ବିଧାନ ଆପ୍ଲିକେସନ୍ “ନେଭା’ ପାଇଁ କେନ୍ଦ୍ର ପାର୍ଲିଆମେଣ୍ଟାରୀ ବିଭାଗକୁ ୧୨ କୋଟି ୫୨ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ପ୍ରେରଣ କରାଯାଇଥିଲାା ବିଭାଗ ତରଫରୁ ୮ କୋଟି ୫୨ ଲକ୍ଷ ୩୬ ହଜାର ୬୪୨ ଟଙ୍କାର ବ୍ୟୟ ଅଟକଳ ଅନୁମୋଦିତ ହୋଇଥିଲା ଏବଂ ପ୍ରଥମ ପର୍ଯ୍ୟାୟରେ ଏଥି  ନିମିତ୍ତ ୧ କୋଟି ୨ ଲକ୍ଷ ୯୬ ହଜାର ୪୦୮ ଟଙ୍କାର ପ୍ରଥମ କିସ୍ତି ଅର୍ଥ ଆବଣ୍ଟିତ ହୋଇଛିା ଏହି ମିଶନ ମୋଡ୍ କାର୍ଯ୍ୟକ୍ରମକୁ ସଂପନ୍ନ କରିବା ପାଇ ଇତି ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆଗେଇ ଚାଲିଛିା ଓ୍ୱାଇ-ଫାଇ, ଲୋକାଲ୍ ଅନ୍ ନେଟ୍ଓ୍ୱାର୍କ ଏବଂ ଭିଡ଼ିଓ କନ୍ଫରେନ୍ସିଂ କାର୍ଯ୍ୟ ଇତି ମଧ୍ୟରେ ସଂପୂର୍ଣ୍ଣ କରାଯାଇଛି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ଦ୍ରୁତଗତିରେ ଆଗେଇ ଚାଲିଛିା ପ୍ରକାଶଯୋଗ୍ୟ ଯେ, ଏହି କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୬୦ ଶତକଡ଼ା ଏବଂ ରାଜ୍ୟ ସରକାରଙ୍କ ତରଫରୁ ୪୦ ଶତକଡ଼ା ଅର୍ଥ ବିନିଯୋଗ କରାଯିବା 

 

Leave A Reply

Your email address will not be published.