ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ଗୋଟିଏ ବର୍ଷର ଅପେକ୍ଷା ଦଶହରା ପରେ ମାଁ ନେଲେ ବିଦାୟ । ମାଁଙ୍କୁ ଭକ୍ତମାନେ ଦେଇଛନ୍ତି ଅଶ୍ରୁଳ ବିଦାୟ କରୋନା କଟକଣା ଭିତରେ ସମ୍ପନ୍ନ ହୋଇଛି ଦୁର୍ଗାପୁଜା । ସମ୍ବଲପୁର ଗୋବିନ୍ଦତୋଲା ରେ ଦିର୍ଘ ୫୨ ବର୍ଷ ହେବ ଦୁର୍ଗା ପୁଜା ହୋଇଆସୁଛି । ଏଥର କରୋନା କଟକଣା ଯୋଗୁ ଅଧିକ ସାଜ ସଜ୍ଜା, ବାଜା, ଲାଇଟ ଲାଗି ନଥିଲା । ଏଠାରେ ହଜାର ହଜାର ଲୋକ ଙ୍କ ଭିଡ ମଧ୍ୟ ଜମିଥାଏ ତାହା ବି ଦେଖିବାକୁ ମିଲିନଥିଲା । କେବଳ ପୁଜା ମଣ୍ତପରେ ମାଁ ଜଗତ ଜନନୀ ଙ୍କୁ ପୁଜକ , କର୍ତ୍ତା ଓ ପୁଜା କମିଟି କିଛି ସଦସ୍ୟ ରହି ପୁଜାଚ୍ଚନା କରିଥିଲେ ।
http://www.youtube.com/watch?v=-DunuguJiII
ନବମୀ ଦିନରେ ମାଁ ମଣ୍ତପରେ ଚଣ୍ତି ହୋମ ଆୟୋଜିତ ହୋଇଥିଲା । ଯାହାକି ଏଠାରେ ଅଧିକ ଗୁରୁତ୍ବ ରହିଥାଏ । ପରେ ବିଜୟା ଦଶମୀରେ ମାଁ ପୁଜା ସମ୍ପନ୍ନ ହୋଇଥିଲା । ଆଜି ସକାଲେ ମାଁ ଙ୍କୁ ଭସାଣି କାର୍ଯ୍ୟକ୍ରମ ରହିଥିଲା ।ହେଲେ ଏଥର ଭସାଣି ରେ ବାଜା ଓ ଭକ୍ତ ଙ୍କ ଭିଡ ଦେଖିବାକୁ ମିଲିନଥିଲା । ବହୁତ କମ ଲୋକ ଙ୍କ ମଧ୍ୟରେ ମାଁ ଙ୍କ ଭସାଣି କରି ବିଦାୟ ଦେଇଛନ୍ତି। ସେହିପରି ସମ୍ବଲପୁର ସହରରେ ଅନ୍ଯ ସବୁ ପୂଜା କମିଟି ମାନଙ୍କ ପକ୍ଷରୁ ଭସାଣି ଶୋଭାଯାତ୍ରା କରାଯାଇ ଥିବାବେଳେ ଶିଳ୍ପ ନଗରୀ ରେଙ୍ଗଲି ବସଷ୍ଟାଣ୍ଡ ପୂଜା କମିଟି ପକ୍ଷରୁ ମଧ୍ଯ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।