ବିଜୟା ଦଶମୀ ରେ ବଙ୍ଗୀୟ ସମ୍ପ୍ରଦାୟର ଅନନ୍ୟ ପରମ୍ପରା ସିନ୍ଦୁର ଖେଳ

0

ସମ୍ବଲପୁର / ରମାକାନ୍ତ ବିଶ୍ୱାଳ :  ଏଥର102 ବର୍ଷରେ ପଦାର୍ପଣ କରିଥିଲା କାଳିବାଡିର ଦୁର୍ଗାପୂଜା।ପ୍ରତ୍ୟେକ ବର୍ଷ ବିଜୟା ଦଶମୀ ରେ ଏଠି ଅନୁଷ୍ଠିତ ହୁଏ ସିନ୍ଦୁର ଖେଳ। ସିନ୍ଦୁର ଖେଳ ବଙ୍ଗାଳି ସମ୍ପ୍ରଦାୟର ଏକ ଅନନ୍ୟ ପର୍ବ। ସିନ୍ଦୁର ଖେଳ ଦିନ ବଙ୍ଗାଳି ସହ ଅନ୍ୟ ସମ୍ପ୍ରଦାୟର ମହିଳା ମାନେ ମଧ୍ୟ ଆସି ମା ଙ୍କର ପୂଜା କରିବା ସହ ଏହି ଅନନ୍ୟ ପରମ୍ପରା କୁ ପାଳନ କରିଥାନ୍ତି।ଏହି ଦିନ ବଙ୍ଗାଳି ସମ୍ପ୍ରଦାୟର ମହିଳା ମାନେ ମା ଦୁର୍ଗାଙ୍କ ନିଜର ଝିଅ ଭାବରେ ରୀତି ନୀତି ଅନୁସାରେ ଶାଶୁ ଘରକୁ ପଠାଇଥାନ୍ତି ପୁଣି ଆସନ୍ତା ବର୍ଷକୁ ଅପେକ୍ଷା କରିଥାନ୍ତି। ସମ୍ବଲପୁର କାଳିବାଡି ରେ ବଙ୍ଗୀୟ ରୀତି ନୀତି ଅନୁସାରେ ମହା ଷଷ୍ଠୀ ରୁ ଆରମ୍ଭ ହୋଇଥିବା ଶାରଦୀୟ ଦୁର୍ଗା ପୁଜା ବିଜୟା ଦଶମୀ ରେ ସମାପନ ହୋଇଥାଏ।ବିଜୟା ଦଶମୀ ସଖାଳୁ ବଙ୍ଗାଳି ସଧବା ନାରୀ ମାନେ ପୂଜା ମଣ୍ଡପ କୁ ଆସି ମାଁ ଦୁର୍ଗାଙ୍କୁ ପୂଜାର୍ଚନା କରିବା ସହ ମିଠା ଖୁଆଇ ଥାନ୍ତି।।ତା ପରେ ଆରମ୍ଭ ହୋଇଯାଏ ସିନ୍ଦୁର ଖେଳ।କରୋନା ପାଇଁ ଏଥର ସିନ୍ଦୁରଖେଳ ରେ ସେତେଟା ଜାକଜମକ ନ ଥିବା ବେଳେ ପରମ୍ପରା ବଜାୟ ରଖିଛନ୍ତି ବଙ୍ଗୀୟ ସମ୍ପ୍ରଦାୟର ମହିଳାମାନେ।

http://www.youtube.com/watch?v=Tg8q-G0nem4 

 ଦୁର୍ଗାପୂଜା ଅବସରରେ ମାଙ୍କ ବିସର୍ଜନ ପୂର୍ବରୁ ପ୍ରତିବର୍ଷ ବିଜୟା ଦଶମୀ ତିଥିରେ ଅନୁଷ୍ଠିତ ହୁଏ ସିନ୍ଦୁର ଖେଳ। ବଙ୍ଗୀୟ ସଧବା ମହିଳାଙ୍କ ସାମିଲ ହୁଅନ୍ତି  ସିନ୍ଦୁର ଖେଳରେ ।ସମ୍ବଲପୁର କାଳୀ ବାଡ଼ି ରେ ସମ୍ପୂର୍ଣ୍ଣ ବଙ୍ଗୀୟ ରୀତିନୀତି ଅନୁସାରେ ମାଁ ଙ୍କୁ ପୂଜାର୍ଚ୍ଚନା କରାଯାଏ।ମାଁ ଦୁର୍ଗା ଙ୍କୁ ପୂଜାର୍ଚନା ପରେ ସଧବା ନାରୀ ମାନେ ପରସ୍ପର ଙ୍କୁ ସିନ୍ଦୁର ମାଖାଇଥାନ୍ତି। ଜଣେ ସଧବା ନାରୀ ଆଉ ଜଣେ ସଧବା ନାରୀ ଙ୍କ ସିଂଥୀ ରେ ସିନ୍ଦୁର ଦେଇ ପରସ୍ପର ଙ୍କ ସ୍ୱାମୀ ଙ୍କର ଦୀର୍ଘଜୀବନ କାମନା କରନ୍ତି।ବିଜୟା ଦଶମୀ ରେ ମାଁ ଙ୍କୁ ବିଦାୟ ଦେଉଥିବାରୁ କିଛି ମହିଳା ମାନେ ଭାବ ପ୍ରବଣ ହେଉଥିବାର ମଧ୍ୟ ଦେଖାଯାଏ।ପୁଣି ଗୋଟିଏ ବର୍ଷର  ଅପେକ୍ଷା।ପାରମ୍ପରିକ ରୀତି ଅନୁଯାୟୀ ମା ଦୁର୍ଗା ଙ୍କୁ ସମସ୍ତ ରୀତି ନୀତି ସହ ଶାଶୁ ଘରକୁ ପଠାଯାଏ।ସନ୍ଧ୍ୟାରେ କାନ୍ଧରେ ବୋହି ବିସର୍ଜନ କରାଯାଏ।ପୁଣି ଆର ବର୍ଷ କୁ ଅପେକ୍ଷା।

ବିଜୟା ଦଶମୀରେ ମା  ବିଦାୟ ନେବା ପୂର୍ବରୁ ସଧବା ନାରୀ ମାନେ ନିଜ ନିଜ ର ଝିଅ ଶାଶୁ ଘରକୁ ବିଦା କଲାପରି ମାଁ ଙ୍କୁ ସିନ୍ଦୁର ପାନପାତ୍ର ମିଠା ପୁଷ୍ପ ଇତ୍ୟାଦି ଦେଇ ଏକ ବର୍ଷ ପରେ ପୁଣି ଆସି ବାକୁ କହି ବିଦାୟ ଦେଇଥିଲେ ।କରୋନା ପାଇଁ ସମସ୍ତ କଟକଣା କୁ ପାଳନ କରାଯିବା ସହ ସିନ୍ଦୁର ଖେଳ ଅନୁଷ୍ଠିତ ହୋଇଥିଲା ଦଶମୀ ତିଥିରେ ।ଏଥର ମା ଙ୍କୁ ନ ଛୁଇଁ ପାରିବାରୁ  ମନରେ ଦୁଖଃ ଥିବା ସତ୍ୱେ ପ୍ରତୀକାତ୍ମକ ମାଙ୍କୁ ଦର୍ଶନ ସହ ସମସ୍ତ ରୀତିନୀତି ପାଳନ କରାଯାଇଛି।ଯେମିତି କି ପାନ ସହ ଗାଲ ଶେକିବା,ସିନ୍ଦୁର ମା ଙ୍କ ଗାଲରେ ଲଗାଇବା ଭଳି କାର୍ଯ୍ୟ ସାମାଜିକ ଦୂରତା ସହ ମାସ୍କ ଲଗାଇ ସମ୍ପର୍ଣ୍ଣ କରାଯାଇଥିଲା।ତଥାପି ମନରେ ଉତ୍ସାହ ପୂର୍ବ ଭଳି ରହିଥିବା କହିଥିଲେ ଶ୍ରଦ୍ଧାଳୁ।ପୁଣି ମାଙ୍କୁ  ଅପେକ୍ଷା।ଏକ ବର୍ଷ ର ଦୀର୍ଘ ପ୍ରତୀକ୍ଷା।

      

      

Leave A Reply

Your email address will not be published.