ବରଗଡ :- ସଂକଲ୍ପ ପରିବାର ତରଫରୁ ଆଜି ଜଣେ କରୋନା ମୃତକଙ୍କ ଶବ ସତ୍କାର କରାଯାଇଛି ।ମୃତକ ଜଣକ ଗାଇସିଲେଟ ଅଞ୍ଚଳର ସୁରେନ୍ଦ୍ର କୁମାର ରାୟ(୪୫) ଅଟନ୍ତି । ମୃତ ସୁରେନ୍ଦ୍ର ନୂଆପଡା ଜିଲ୍ଲା ବେଳଟୁକରି ଉଛ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ. ଗତ କିଛି ଦିନ ହେଲା ସେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବରଗଡ଼ ମୁଖ୍ୟ ଚିକତ୍ସାଲୟକୁ ଆଣିଥିଲେ ଏଠାରେ କୋଭିଡ ପଜିଟିଭ ଚିହ୍ନଟ ହେବାପରେ ବରଗଡ଼ କୋଭିଡ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ଗତ ଏକ ସପ୍ତାହ ହେଲା ତାଙ୍କର ସ୍ୱାସ୍ଥ୍ୟବସ୍ତା ଅଧିକ ଗୁରୁତର ହେବାରୁ ତାଙ୍କୁ ICU କୁ ସ୍ଥାନାନ୍ତର କରାଯାଇଥିଲା ।ଗତକାଲି ସମବାର ଦିନ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ସୁରେନ୍ଦ୍ର ରାୟଙ୍କ ମୃତ୍ୟୁ ହୋଇଥିବା ଖବର ପରିବାର ଲୋକେ ପାଇଥିଲେ । ତାଙ୍କ ପରିବାରର ସମସ୍ତେ ହୋମ କ୍ୱାରାଣ୍ଟାଇନରେ ଥିବା ବେଳେ । ସଂକଲ୍ପ ପରିବାରକୁ ଶବ ସତ୍କାର କରିବା ପାଇଁ ଅନୁରୋଧ କରିଥିଲେ କ୍ରମେ ସଂକଲ୍ପ ପରିବାର ତରଫରୁ ସମସ୍ତ କୋଭିଡନିୟମ ପାଳନ କରି ତାଙ୍କର ଶବ ସତ୍କାର କରାଯାଇଥିଲା । ଶବ ସତ୍କାରରେ ସଂକଲ୍ପ ପରିବାର ର ନିଧାନ ଦନ୍ତା, ବିକାଶ ଭୋଇ,ନିଲେଶ ପଧାନ ପ୍ରମୁଖ ସହଯୋଗ କରିଥିବା ବେଳେ ତାଙ୍କର ପୁଅ ତେଜସ୍ୱି ରଞ୍ଜନ ରାୟ ପିପିଇ କିଟ ପିନ୍ଧି ମୁଖାଗ୍ନି ଦେଇଥିଲେ, ସାଙ୍ଗରେ ତାଙ୍କର ପୁତୁରା କେଶବ ଚନ୍ଦ୍ର ରାୟ ଉପସ୍ଥିତ ରହି ଥିଲେ ।
Sign in
Sign in
Recover your password.
A password will be e-mailed to you.