ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ବିଭିନ୍ନ ପୂଜା ମଣ୍ଡପର ପୂଜା ପାଉଛନ୍ତି ମାଁ ଦୁର୍ଗା : ଭକ୍ତ ଶୂନ୍ୟ ପୂଜା ମଣ୍ଡପ।

0

ରେଙ୍ଗାଲି,(ରମାକାନ୍ତ ବିଶ୍ବାଳ):  ମହାମାରୀ କରୋନା ଭକ୍ତ ଓ ଭଗବାନଙ୍କୁ ଅଲଗା କରିଦେଇଛି। ଚଳିତ ବର୍ଷ ବିଭିନ୍ନ ପର୍ବପର୍ବାଣୀ ଫିକା ପଡିଥିବାବେଳେ ପୂଜା ଉତ୍ସବ ମଧ୍ୟ ଫିକା ପଡିଯାଇଛି ।  ଗଣେଶ ପୂଜା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠି ମହାମାରୀ କରୋନାର ଭୟ ଲାଗିରହିଥିଲା । ତେଣୁ ଜନ ସାଧାରଣଙ୍କ ଦର୍ଶନ ଉପରେ ସରକାରଙ୍କ ରୋକ ଲଗାଯାଇଥିଲା। ବିଶ୍ୱାସ ଥିଲା ଦୁର୍ଗା ପୂଜା ବେଳକୁ ସଂକ୍ରମଣ ହ୍ରାସପାଇବା ସହ କରୋନା କଟକଣା କୋହଳ ହୋଇଯିବ । ତେଣୁ ମାଁଙ୍କ ପୂଜା ଉତ୍ସବ ବେଶ ଧୁମଧାମରେ ପାଳିତ ହେବ। କିନ୍ତୁ ତାହା ମଧ୍ୟ ସମ୍ଭବ ହୋଇପାରିଲା ନାହିଁ।ସଂକ୍ରମଣକୁ ଆଖି ଆଗରେ ରଖି ସରକାର ପୂଜା ପାଇଁ ବିଭିନ୍ନ କଠୋର ନୀତିନିୟମ ପ୍ରଣୟନ କରି ତାହାକୁ ପାଳନ କରିବା ପାଇଁ ପୂଜା କମିଟି ଗୁଡିକୁ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅଂଚଳରେ ମାଁ ଦୁର୍ଗାଙ୍କ ଆବାହନ ପୂଜା ଭକ୍ତ ଶୂନ୍ୟ ଭାବେ ପାଳିତ ହୋଇଛି । ଷଷ୍ଠୀ ବିଲ୍ୱବରଣ, ସପ୍ତମୀ କଳସୀ ପୁଜା ଯାଏଁ କେବଳ ପୂଜା ମଣ୍ଡପ ଗୁଡିକରେ ପୂଜକ ଓ ସଂକଳ୍ପ କର୍ତ୍ତାଙ୍କୁ ଦେଖିବାକୁ ମିଳିଛି। ଏପରିକି କେତେକ ପୂଜା ମଣ୍ଡପ ଗୁଡିକୁ ଆବଦ୍ଧ କରାଯାଇ ମାଁଙ୍କୁ ପୂଜାର୍ଚ୍ଚନା କରାଯାଇଛି। ଆଜି ଅଷ୍ଟମୀରେ ହେବାକୁ ଥିବା ସନ୍ଧିପୂଜା, ଚଣ୍ଡୀପାଠ ସହିତ ନବମୀ ଓ ଦଶମୀ ପୂଜା ମଧ୍ୟ ଭକ୍ତଶୂନ୍ୟ ଭାବେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ବ୍ଲକର ରେଲୱ ଷ୍ଟେସନ,ବସଷ୍ଟାଣ୍ଡ, ରାମଚନ୍ଦ୍ରନଗର, କତରବଗା,ଠେଲକୋଲେଇ,ଲଇଡା ଆଦି ସ୍ଥାନମନଙ୍କରେ ସାର୍ବଜନୀନ ଦୁର୍ଗା ପୂଜା କମିଟି ମାନଙ୍କ  ପକ୍ଷରୁ ମାଁ ଦୁର୍ଗାଙ୍କ ପୂଜା  ଭକ୍ତ ଶୂନ୍ୟ ଭାବେ ପୂଜା ପାଉଛନ୍ତି।

Leave A Reply

Your email address will not be published.