ବିଜେପିକୁ ତା ନିଜ ଫିଂଗା ଜାଲରେ ଛନ୍ଦିଲେ ରାଜା : ଛାଡିଲେ କରୋନା ବାଣ 

0

ଭୁବନେଶ୍ୱର ( ଶାସକ ପ୍ରଶାସକ) ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଜେପି ଉଦ୍ଦେଶ୍ୟରେ ମାରିଛନ୍ତି ଏକ କରୋନା ବାଣ | ବିହାରରେ ବିଜେପି ଫିଙ୍ଗିଥିବା କରୋନା ଜାଲରେ ଛନ୍ଦଇଛନ୍ତି ବିଜେପି କୁ |  ଓଡିଶାରୁ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଢଙ୍ଗିଙ୍କୁ ପଚାରିଛନ୍ତି ପ୍ରଶ୍ନ | ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପଚାରିଛନ୍ତି  ” କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ୨ ଓଡ଼ିଆ ମନ୍ତ୍ରୀଙ୍କୁ ବାଲେଶ୍ୱର ମାଟିରୁ ମୋର ପ୍ରଶ୍ନ ଯେ ଯଦି ବିହାରକୁ ମାଗଣାରେ କରୋନା ଟୀକା ଦେବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇପାରୁଛନ୍ତି ତେବେ ଓଡ଼ିଶାର ଲୋକଙ୍କୁ ମାଗଣା ଟୀକା ପ୍ରଦାନ କରିବା ପାଇଁ କଥା ଦେବାକୁ ପଛଘୁଞ୍ଚା କାହିଁକି ? ନା ଏହା କେବଳ ଆଉ ଏକ ନିର୍ବାଚନୀ ଜୁମଲା? ଓଡ଼ିଶାର ପ୍ରତିନିଧିତ୍ଵ କରୁଥିବା ଦୁଇ କେନ୍ଦ୍ରୀୟ ମନ୍ତ୍ରୀ ସ୍ପଷ୍ଟିକରଣ ଦେବେକି ଏହା ପାତରଅନ୍ତର ନୁହେଁ କି?  

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵାଧୀନ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ପାଇଁ ନିଜସ୍ଵ ପାଣ୍ଠିରୁ ଟୀକା ନିର୍ମାତାଙ୍କୁ ପାଞ୍ଚ କୋଟି ଟଙ୍କା ପ୍ରଦାନ କରି ରାଜିନାମା କରିସାରିଛନ୍ତି ଏବଂ ରାଜ୍ୟ ସରକାର ସବୁ ଓଡିଶାବାସୀଙ୍କୁ ଟୀକାକରଣ କରିବା ପାଇଁ ପ୍ରତିଶୃତିବଦ୍ଧ I ଓଡ଼ିଶାରେ କରୋନା ଟୀକାକରଣ ପାଇଁ ବିଜେପିର ଆଭିମୁଖ୍ୟ କ’ଣ ଦୁଇ ମାନ୍ୟବର କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟିକରଣ ରଖିବା ଆବଶ୍ୟକ I ଏହାର ଉତ୍ତର ଓଡ଼ିଶାବାସୀ ଚାହୁଁଛନ୍ତି।”

 

Leave A Reply

Your email address will not be published.