ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଭୁବନେଶ୍ୱର ସାମ୍ବାଦିକ

0

01-06-18-journa1.jpg - 65.21 kB

ଭୁବନେଶ୍ୱର  : ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରିଥିବାରୁ ରାଜଧାନୀ ଭୁବନେଶ୍ୱରର ବହୁ ବରିଷ୍ଠ  ସାମ୍ବାଦିକ ଶୁକ୍ରବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ରାଜ୍ୟସରକାରଙ୍କ ନିଷ୍ପତ୍ତି ପାଇଁ ଅଭିନନ୍ଦନ ଜ୍ଞାପନ କରିଥିଲେ । ଏହି ଅବସରରେ ସାମ୍ବାଦିକମାନଙ୍କ ପାଇଁ ପେନସନର ବ୍ୟବସ୍ଥା ତୁରନ୍ତ ଲାଗୁକରିବାକୁ ମୁଖ୍ୟମନ୍ତ୍ରୀଙ୍କଠାରେ ନିବେଦନ କରିଥିଲେ । ଅନ୍ୟରାଜ୍ୟମାନଙ୍କରେ ଏହି ପେନସନ ବ୍ୟବସ୍ଥା କରାଯାଇଥିବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଦିଗରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ,କେ.ରବି,ସନ୍ଦୀପ ମିଶ୍ର, ରତିକାନ୍ତ ମହାନ୍ତି, ବୈଷ୍ଣବ ଜେନା, ଦେବେନ୍ଦ୍ର ସୁଆର,ପ୍ରତାପ ସାମଲ, କୌସ୍ତୁଭ  ଦାସ, ପ୍ରସନ୍ନ ପତି, ରମେଶ ମହାନ୍ତି, ବିବେକାନନ୍ଦ ଜେନା, ପ୍ରଦ୍ୟୁମ୍ନ  କୁମାର ମହାନ୍ତି, ରମେଶ ଚନ୍ଦ୍ର ସ୍ୱାଇଁ, ସନତ ମିଶ୍ର, ମାଧବାନନ୍ଦ ବେଉରା, ପାର୍ଥସାରଥି ଜେନା, ସୁବ୍ରତ ଦାସ, ଜିମୁତ ବାହନ ମଙ୍ଗଳରାଜ, ଶୁଭାଶୀିଷ ମହାନ୍ତି, ସର୍ବେଶ୍ୱର   ବର୍ଧନ, ବିଜୟ କୁମାର ପଣ୍ଡା, ରବି ଜେନା, ପ୍ରକାଶ ସେଠୀ, ଭୁଦୀପ ମହାନ୍ତି, ଜିତେନ୍ଦ୍ର ପଟ୍ଟନାୟକ, ଅନୀଲ ଦାସ, କିଶୋର ମଙ୍ଗରାଜ, ଚିତ୍ତ ପଟ୍ଟନାୟକ, ମୁକେଶ ପରିଡ଼ା, ଅଶୋକ ପଣ୍ଡା, ଚିନ୍ମୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.