ସୋସିଆଲ ମିଡ଼ିଆ ମାଧ୍ୟମରେ ମା’ ସମଲେଶ୍ଵରୀଙ୍କ ଦର୍ଶନ ବ୍ୟବସ୍ଥା କଲା କୋଲାବିରାର ୭୦୦ ବର୍ଷ ପୁରୁଣା ମନ୍ଦିର। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକର କୋଲାବିରା ଗ୍ରାମର ୭୦୦ ବର୍ଷ ପୁରୁଣା ସମଲେଶ୍ଵରୀ ମନ୍ଦିର।  ଝାରସୁଗୁଡ଼ାରୁ ୧୮ କିଲୋମିଟର ଦୂରରେ ଅବସ୍ଥିତ ଏହି ଶକ୍ତିପୀଠ ପ୍ରତି ସ୍ଥାନୀୟ ଲୋକଙ୍କ ଦୃଢ଼ ଆସ୍ଥା ରହିଛି। ଦେବୀ ଲୋକଙ୍କ ସମସ୍ତ ମନସ୍କାମନା ପୂରଣ କରିଥାନ୍ତି ବୋଲି ଭକ୍ତଙ୍କ ବିଶ୍ୱାସ। ଦେବୋତ୍ତର ବିଭାଗ ତତ୍ତ୍ବାବଧାନରେ ଥିବା ଏହି ମନ୍ଦିରଟି ମୌରଶୀ ଟ୍ରଷ୍ଟ ଦ୍ବାରା ପରିଚାଳିତ ହୁଏ। ଅନ୍ୟ ଦିନମାନଙ୍କରେ ହଜାର ହଜାର ଲୋକେ ଦର୍ଶନ ପାଇଁ ଆସୁଥିବା ବେଳେ କୋରୋନା ପ୍ରଭାବରୁ ବର୍ତ୍ତମାନ ଏହି ମନ୍ଦିରରେ ଲୋକଙ୍କ ଗମନାଗମନ ଉପରେ କଟକଣା ରହିଛି। କେବଳ ବିଧିବିଧାନ ପାଳନ କରି ଏଠାରେ ପୂଜକମାନଙ୍କ ଦ୍ବାରା ପୂଜା ହୋଇ ଆସୁଅଛି। ମାତ୍ର ଭକ୍ତ ଯେପରି ମା’ଙ୍କ ଦର୍ଶନରୁ ବଞ୍ଚିତ ରହିବେ ନାହିଁ, ସେଥିପାଇଁ ଟ୍ରଷ୍ଟ ଫେସବୁକରେ  MAA SAMALESWARI TEMPLE KOLABIRA ନାମରେ ଏକ ଆକାଉଣ୍ଟ ଖୋଲିଛନ୍ତି। ଏହାଦ୍ବାରା ଭକ୍ତମାନେ ମା’ଙ୍କ ଦର୍ଶନ କରିବା ପାଇଁ ସୌଭାଗ୍ୟ ଅର୍ଜନ କରିବେ ବୋଲି କହିଛନ୍ତି ମନ୍ଦିରର ମୂଖ୍ୟ ପୂଜକ।

Leave A Reply

Your email address will not be published.