ବଲାଙ୍ଗିର ଜିଲ୍ଲା କଳାକାର ସମନ୍ୱୟ ସମିତି ର ୭ଦଫା ଦାବି ପତ୍ର ପ୍ରଦାନ। 

0

ବଲାଙ୍ଗୀର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ): ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଲୟ ସମ୍ମୁଖରେ ଜିଲ୍ଲା କଳାକାର ସମନ୍ୱୟ ସମିତି ୭ଦଫା ଦାବି ନେଇ ଜିଲ୍ଲା ପାଳ ଙ୍କ ମାଧ୍ୟମରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଦାବି ପତ୍ର ପ୍ରଦାନ କରିଛି। ୧:ଜିଲ୍ଲାର ପଞ୍ଜିକରଣ ହୋଇଥିବା ସମସ୍ତ ଯୋଗ୍ୟ କଳାକାର ପରିବାରଙ୍କୁ କରୋନା ଲଗଡାଉନ କାରଣରୁ ଆର୍ଥିକ ସାହାଯ୍ୟ ଦିଆଯାଉ।

ସାମାଜିକ ସୁରକ୍ଷା ଯୋଜନାରେ ଅଗ୍ରାଧିକାର ଭିର୍ତ୍ତିରେ ସାମିଲ କରାଯାଉ।

ସମସ୍ତ କଳାକାରଙ୍କୁ ସ୍ବାସ୍ଥ୍ୟବୀମା  ଯୋଜନାରେ ସାମିଲ କରନ୍ତୁ।

ଦକ୍ଷ ଯୁବ କଳାକାରମାନଙ୍କୁ କଲା ଓ କଳାକାର ବିକାଶ ନିମିତ୍ତ ଗବେଷଣା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉ।

ମୁଖ୍ୟମନ୍ତ୍ରୀ କଳାକାର ସହାୟକ ଭର୍ତ୍ତା ଯୋଜନା ସୀମିତ ନ କରି ସମସ୍ତ ଯୋଗ୍ୟ ଭିର୍ତିକ କଳାକାରଙ୍କୁ ଦେବାର ବ୍ୟବସ୍ଥା କରାଯାଉ। 

ଭର୍ତ୍ତା ରାଶି ୧୨୦୦ଟଙ୍କା ରୁ ୩୦୦୦ ଟଙ୍କା ବୃଦ୍ଧି ହେଉ।

ଏବଂ କଳାକାର ଭର୍ତ୍ତା ପ୍ରଦାନରେ ବୟସ ସୀମା କୋହଳ କରି ୫୦ ରୁ ୪୦ ବର୍ଷ ଓ ମହିଳାଙ୍କ ୪୦ରୁ ୩୦ବର୍ଷ ରଖାଯିବା ଭଳି ଦାବି ରହିଛି। ଯେଉଁଥିରେ ଜିଲ୍ଲାର ସମସ୍ତ କଲା ଓ କଳାକାର ମାନଙ୍କ ସାମଗ୍ରିକ ବିକାଶ ପାଇଁ ଜିଲ୍ଲା କଳାକାର ସମନ୍ୱୟ ସମିତି ସର୍ବଦା କାମ କରି ଆସୁଛି। ଯାହା ଏହି କଳାକାର ମାନଙ୍କ ମଧ୍ୟରୁ ସତ ପ୍ରତିଶତ ଗରିବ ରେଖା ତଳେ ଜୀବନ ଯାପନ କରୁଥିବାବେଳେ ଏବେ ଏହି ମହାମାରୀ ଯୋଗୁଁ ଭୋକ ଉପାସରେ କାଳାତିପାତ କରୁଥିବା ଦର୍ଶାଇଛନ୍ତି ଆନ୍ଦୋଳନକାରୀ। ସେପଟେ ସରକାର କଲା ଓ କଳାକାର କୁ ନେଇ ଯେତେ ଗୁରୁତ୍ୱ ଦେବା କଥା ଆଜି ପ୍ରଯନ୍ତ ଦେଇ ପାରି ନ ଥିବା ମଧ୍ୟ ଦର୍ଶାଇଛନ୍ତି ଆନ୍ଦୋଳନକାରୀ। ଯାହା ଦୁଃଖର ବିଷୟ ଵସ୍ତୁ ହେବା ସହ କଳାଜଗତ କୁ ଚିନ୍ତାରେ ପକାଇଛି। ତେବେ ଆଗାମୀ ଦିନ ଗୁଡିକରେ ଜିଲ୍ଲା କଳାକାର ଦେଇଥିବା ୭ ଗୋଟି ଦାବି ଯଦି ପୁରଣ ନହୁଏ ଏବଂ ରାଜ୍ୟ ସରକାର ଅବହେଳା ନୀତି ଅବଲମ୍ବନ କରନ୍ତି ତେବେ ଗଣତାନ୍ତ୍ରିକ ମାର୍ଗରେ ଜନ ଆନ୍ଦୋଳନ ଋପ ନେବା ସହ ଯାହା ଭୟାବହ ପରିସ୍ଥିତି ସୃଟି ହେବ ସରକାର ଓ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦେଇଛି ଜିଲ୍ଲା କଳାକାର ସମନ୍ୱୟ ସମିତି।

Leave A Reply

Your email address will not be published.