ବୁଗୁଡା /ଡ଼ଃ. କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ଦୁଇ ଫରେଷ୍ଟ ସେକସନରୁ ଅକ୍ଟୋବର ୧୯ ତାରିଖ ଦିନ ୪୨ ଘନଫୁଟ କାଠ ଗଣ୍ଡି ଜବତ ହୋଇଥିବା ବେଳେ ବୁଗୁଡା ସେକ୍ସନରୁ ୨୫ ଘନଫୁଟ ଶାଳ କାଠ ଗଣ୍ଡି ଏବଂ ଭଗବାନପୁର ସେକ୍ସନରୁ ୧୭ ଘନ ଫୁଟ ଜାମ ଓ ଫାଶୀ କାଠଗଣ୍ଡି ହୋଇଥିବା ଜଣାପଡିଛି। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ ବୁଗୁଡା ବନପାଳ ଅଭିରାମ ଖିଲ, ଭଗବାନପୁର ବନପାଳ ଭୋଳେଶ୍ବର ମଳିକ, ବନରକ୍ଷୀ ହେମନ୍ତ ପାତ୍ର ଓ ମୁନା ଦାସ ଏବଂ ପାରାଫରେଷ୍ଟର ଷ୍ଟାପ ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ। ଚଢ଼ାଉରେ ବୁଗୁଡା ସେକ୍ସନ ଠଣାପଲ୍ଲୀ ବିଟ ଅଲାଡ଼ି ଗ୍ରାମ ନିକଟରୁ ୨୫ ଘନଫୁଟ ଶାଳ କାଠ ଗଣ୍ଡି ଜବତ ହୋଇଥିବା ବେଳେ ଭଗବାନପୁର ସେକ୍ସନ ହୀରାପଲ୍ଲୀ କିରିଆମ୍ବା ସଂରକ୍ଷିତ ଜଙ୍ଗଲରୁ ୧୭ ଘନଫୁଟ ଜାମ ଓ ଫାଶୀ କାଠ ଗଣ୍ଡି ଜବତ ହୋଇଅଛି। ଉଭୟ ସ୍ଥାନରେ କାଠ ଗଣ୍ଡି ଚୋରା ଚାଲାଣ ପାଇଁ ଗଚ୍ଛିତ ଥିବା ବେଳେ ବୁଗୁଡା ବନ ବିଭାଗ ପକ୍ଷରୁ ଜବତ କରି ୟୁଡି କେଶ କରାଯାଇଛି।
Sign in
Sign in
Recover your password.
A password will be e-mailed to you.