ମାଆଙ୍କ ଶପଥ ଦେଇ ରାଜ୍ୟବାସୀଙ୍କୁ ନବୀନ ଦେଲେ ବାର୍ତ୍ତା : କଣ କହିଲେ ଶୁଣନ୍ତୁ 

0

ଆପଣଙ୍କ ତ୍ୟାଗ ବୃଥା ଯାଇନି, କରୋନା ରୋକିବାରେ ଓଡିଶା ହୋଇଛି ସଫଳ 

ଅମାନିଆ ଲୋକାଙ୍କୁ କଲେ ଅନୁରୋଧ, ଦୟାକରି କଥା ମାନନ୍ତୁ

କରୋନା ବହୁତ କମିଛି, ସହଯୋଗ କରନ୍ତୁ- ଆଗକୁ ଆହୁରି କମିଯିବ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ  ମାଆଙ୍କ ଶପଥ ଦେଇ ରାଜ୍ୟବାସୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ବାର୍ତ୍ତା | କରିଛନ୍ତି ଇମୋସନାଲ ଆପିଲ | ସହଯୋଗ ପାଇଁ ରାଜ୍ୟବାସୀ ଓ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଇଛନ୍ତି | କରୋନା ଲଢେଇରେ ଅନେକ ବାଟ ଯାଇଛେ, ଆଉ ବାକି ଥିବା ବାଟ ପାଇଁ ରାଜ୍ୟବାସୀଙ୍କ ସହଯୋଗ ଲୋଡିଛନ୍ତି ନବୀନ | ଅମାନିଆଙ୍କୁ କରିଛନ୍ତି ଅନୁରୋଧ | ଶୁଣନ୍ତୁ କଣ କହିଛନ୍ତି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ | 

“ପ୍ରିୟ ଭାଇ ଓ ଭଉଣୀମାନେ ଆପଣମାନକୁ ସମସ୍ତ କୁ

ନମସ୍କାର ଏବଂ ପୂଜା ପାଇଁ  ଅଭିନଦନ।

ଗତ ସାତ ମାସ ହେଲା ଓଡିଶା କରୋନା ବିରୋଧରେ  ଲଢେଇ ଜାରି ରଖିଛି । 

ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ ଅନେକ କଷ୍ଟ, ଅନେକ ତ୍ୟାଗ ସ୍ବୀକାର କରିବାକୁ ହେଉଛି। 

ବିଶେଷକରି ଆମର ପିଲାମାନେ ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି ।

 ପିଲାମାନେ ସ୍କୁଲ ସାଙ୍ଗସାଥି ଓ ଖେଳିବାର ମଜା ନେଇ ପାରୁନାହାନ୍ତି । ବୟସ୍କ ଲୋକ ଏବଂ ପିଲାମାନେ ଘରେ ରହିବା ଦ୍ବାରା ଆମେ କରୋନା ବିରୋଧରେ ଲଢେଇକୁ ଭଲ ଭାବରେ ଲଢି ପାରିବା ।

ମୁଁ କହିବାକୁ ଚାହେଁ ଯେ, ଆପଣମାନଙ୍କ ତ୍ୟାଗ ବୃଥା ଯାଇ ନାହିଁ । 

ଓଡିଶା ଗତ ୬ ମାସରେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି । 

ଏଥିରେ ରାଜ୍ୟର ସବୁ ନାଗରିକଙ୍କ ସହଯୋଗ ରହିଛି । 

ଆପଣମାନେ ମୋର ଅନୁରୋଧ ରକ୍ଷା କରି ମାସ୍କ ପିନ୍ଧୁଛନ୍ତି । ହାତ ଧୋଉଛନ୍ତି ଏବଂ Social Distance maintain  ମଧ୍ୟ କରୁଛନ୍ତି । ଆବଶ୍ୟ କିଛି ଲୋକ ଟିକେ ଅମାନିଆ ହେଉଛନ୍ତି ସେମାନେ ପରିସ୍ଥିତିକୁ ଠିକ୍‌ ଭାବରେ ବୁଝିବା ଦରକାର ।

ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ covid positive case  କମିବା ଆରମ୍ଭ କରିଛି। 26 Septemberରେ ରାଜ୍ୟରେ positive ସଂଖ୍ୟା ଚାରି ହଜାର ରୁ ଅଧିକ ଥିବାବେଳେ  ଆଜି ସକରମଣ ଦୁଇ ହଜାର ତଳକୁ ଖସିଛି Positivity rate ମଧ୍ୟ  କମିଛି ଏବଂ ଆଗକୁ ଆହୁରି କମିବ ।

ଆପଣ  ଗଞ୍ଜାମ  ଓ ଗଜପତି କଥା ଦେଖନ୍ତୁ । ଦୁଇ ମାସ ତଳେ ଗଞ୍ଜାମ hotspot  ଥିଲା । ପ୍ରତିଦିନ ଶହ ଶହ positive case ବାହାରୁଥିଲା । 

ଲୋକଙ୍କ ସହଯୋଗ, community participation  ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି |

 । ଗଞାମ ଓ ଗଜପତି ରେ ସକରମଣ ବହୁତ କମିଯାଇଛି ଏବଂ ସେମାନେ ଏବେ ଅନ୍ୟ ଜିଲ୍ଲା ପାଇଁ ପେରଣା ହୋଇଛନ୍ତି।

କିନ୍ତୁ ଏଥିରେ ଆତ୍ମସନ୍ତୋଷ କରିବାର କିଛି ନାହିଁ । କରୋନାର character profile ବହୁତ critical । ତେଣୁ ଆମକୁ medicine ଓ vaccine ବାହାରିବା ପର୍ଯ୍ୟନ୍ତ ସାବଧାନ ରହିବାକୁ ହେବ 

ଆପଣ European countries କଥା ଦେଖନ୍ତୁ । UK, France, Spain ଆଦି ଦେଶର ମାର୍ଚ୍ଚ-ଅପ୍ରେଲରେ କରୋନା ଭୟଙ୍କର ରୂପ ନେଇଥିଲା । ଅନେକ ଲୋକ ଜୀବନ ହରାଇଲେ । ତା ପରେ କରୋନା ପ୍ଟିକେ କମିଲା । କିନ୍ତୁ ଏବେ ଦେଖନ୍ତୁ ସେଠାରେ ସକରମଣ ପୁଣି ଥରେ ବହୁତ ବଢ଼ି ଯାଇଛି ଆରମ ଏହା ପୂର୍ବଠାରୁ ଅଧିକ ଭୟଙ୍କର।

1  September ରେ UKରେ daily ବାରଶହରୁ ଅଧିକ  positive case ଥିଲା । 8 Octoberରେ ଏହା ୧୭ ହଜାରରୁ ଅଧିକ ହେଲାଣି । ସେହିପରି Franceରେ 31 Augustରେ  ତିନି ହଜାରରୁ ଅଧିକ positive case ଥିବାବେଳେ     10 Octoberରେ ଏହା  26 ହଜାରରୁ ଅଧିକ ହେଲାଣି।

ଆମ ଭାରତ କଥା ଦେଖନ୍ତୁ ।  ଆମେରିକା ପରେ ଭାରତ ଏବେ ବିଶ୍ଳରେ  ଦୁଇ  ନମ୍ବର ରେ  ରହିଛି 

କେରଳ ବହୁତ ସୁନ୍ଦର ଭାବରେ କରୋନା ସଂକ୍ରମଣକୁ ରୋକିଥିଲା । କିନ୍ତୁ ତାଙ୍କର ପ୍ରସିଦ୍ଧ Onam ପରବ ପରେ  ଏବେ କେରଳରେ ସକରମଣ ତିନି ଗୁଣ ବଢ଼ି ଯାଇଛି ।

Expert ମାନେ କହୁଛନ୍ତି ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ । 

http://www.youtube.com/watch?v=yxCb1FWOYeg 

ଆଗକୁ ଦୁର୍ଗାପୂଜା ଓ ଦୀପାବଳୀ ଆସୁଛି । ମୋର ଅନୁରୋଧ, ପୂଜା ସମୟରେ public place  ମାନଙ୍କରେ ଭିଡ କରନ୍ତୁ ନାହିଁ । ଘରେ ରହି ମା’ଙ୍କ ପୂଜା କରନ୍ତୁ । ପ୍ରର୍ଥନା କରନ୍ତୁ । ପରିବାର ସହ ଘରେ ରହି ପରବ ପାଳନ କରନ୍ତୁ ।

ବାହାରକୁ ଗଲେ mask ପିନ୍ଧନତୁ ହାତ ଧୁଅନତୁ  ଏବଂ ସାମାଜିକ ଦୂରତା ରଖନ୍ତୁ | ଆଉ ଥରେ ସକରମଣ ବଢ଼ି ଲେ ଆମେ ହଇରାଣ ହେବା ଆମ ପରିବାର  ହଇରାଣ ହେବ ୍ ଆମେ ସାବଧାନ ହେଲେ  ସକରମଣ ବଢି ବ  ନାହିଁ ।ତେଣୁ ସକରମଣ ଯେପରି ନ ବଢ଼ି ବ  ସେଥିପାଇଁ ଆସନ୍ତୁ,  ମା ଙ୍କ  ପାଖରେ ଶପଥ ନେଇ କାମ କରିବା |

ଆପଣ ଓ ଆପଣଙ୍କ ପରିବାର କୁ ପୁଣି ଥରେ ପୂଜା ପାଇଁ ଅଭିନଦନ |

ବନ୍ଦେ ଉତ୍କଳ ଜନନୀ “

 

Leave A Reply

Your email address will not be published.